STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପ୍ରମୋଦ ଉଦ୍ୟାନ

ପ୍ରମୋଦ ଉଦ୍ୟାନ

1 min
189


ସୁଚିନ୍ତିତ ଭାବେ ସହରାଞ୍ଚଳରେ

ହେଉଛି ନିର୍ମାଣ ଗୃହ

ବହୁତଳ କୋଠା ରହନ୍ତି ଅନେକ

ପରିବାର ଏକ ଠାବ ।

ତିଆରି ହୋଇଛି କୃତ୍ରିମ ଝରଣା

ସନ୍ତରଣ ପୁଷ୍କରିଣୀ

ଘାସର ଗାଲିଚା ପ୍ରମୋଦ ଉଦ୍ୟାନ

ଜାତି ଜାତି ବୃକ୍ଷ ପୁଣି ।

ସୁନ୍ଦର ରଙ୍ଗୀନ ପୁଷ୍ପ ଫଳ ଭରା

ସବୁଜ ପରିବେଶରେ

ପସନ୍ଦ କରନ୍ତି ଧନୀ ମାନୀ ଗୋଷ୍ଠୀ

ରହିବାକୁ ଆନନ୍ଦରେ ।

ତାଙ୍କ ପିଲା ମାନେ ସକାଳ ସଞ୍ଜରେ

ଉଦ୍ୟାନେ କରନ୍ତି ମଜା

ଝୁଲନ୍ତି ଦୋଳିରେ ଚଢନ୍ତି ଖସନ୍ତି

ଖେଳନ୍ତି ବି ଉଠାପକା ।

ନାନାଦି ପ୍ରକାର ଖେଳ ମଉଜର

ରହିଥାଏ ସୁବ୍ୟବସ୍ଥା

ବସି ଘୂରିବାକୁ ଥାଏ ପ୍ରତିକୃତି

ପେଙ୍ଗୁଇନ ହାତୀ ଘୋଡ଼ା ।

ପିଲାମାନେ ଆମ ସୁନ୍ଦର ଭବିଷ୍ୟ

ଲୋଡ଼ନ୍ତି ଶରଧା ସ୍ନେହ

ଆଦର ଯତ୍ନରେ ତାଙ୍କ ଖେଳକୁଦ

ଫୁର୍ତ୍ତି ରଖେ ପିଲା ମନ ।

ପ୍ରତ୍ୟେକ ସହର ଗ୍ରାମ ଅଞ୍ଚଳରେ

ଛୋଟ ଛୋଟ ପିଲାମାନେ

ଚାହାଁନ୍ତି ସଭିଏଁ ରହିବାକୁ ଖୁସି

ସୁନ୍ଦର ବାତାବରଣେ ।

କିଏ ଦଉଡଇ ରାସ୍ତାର ଉପରେ

ମାଡେ କିଏ କଣ୍ଟାଝଣ୍ଟା

ଅମଡ଼ା ଜାଗାରେ ପ୍ରଦୂଷିତ ସ୍ଥାନେ

ହେଉଥାଏ ଗୋଳ ଘଣ୍ଟା ।

ଆବଶ୍ୟକ ଅଟେ ସାମାଜିକ ସ୍ତରେ

ଉଚିତ ସଚେତନତା

ସନ୍ତାନର ଜନ୍ମ ଲାଳନ ପାଳନ

ଯତ୍ନ ଅଟେ ସୁସଭ୍ୟତା ।

ପ୍ରତ୍ୟେକ ଅଞ୍ଚଳେ ପ୍ରତିଷ୍ଠିତ ହେଉ

ଶିଶୁ ପ୍ରମୋଦ ଉଦ୍ୟାନ

ନିରାପଦେ କରୁ ଶିଶୁ ଖେଳକୁଦ

ହେଉ ଉତ୍ଫୁଲ୍ଲ ଆନନ୍ଦ ।


   -----


Rate this content
Log in

Similar oriya poem from Inspirational