ପରମଧାମ
ପରମଧାମ
କ୍ଷେତ୍ର ନିତ୍ୟପୁରି ଶ୍ରୀପୁରୁଷୋତ୍ତମ
ମର୍ତ୍ତ୍ୟ ଗୋଲକ ବୈକୁଣ୍ଠ
ବିଜେ ହୋଇଛନ୍ତି ପ୍ରଭୁ ଜଗନ୍ନାଥ
ପରମ ବ୍ରହ୍ମ ସ୍ୱରୂପ ।
ପରମ ଧାମର ପୂର୍ଣ୍ଣ ପ୍ରତିରୂପ
ଶଙ୍ଖନାଭି ନୀଳାଚଳ
ତ୍ରିଗୁଣ ତ୍ରିମୂର୍ତ୍ତି ସୁଦର୍ଶନ ସହ
ବିଜେ ରତ୍ନ ସିଂହାସନ ।
ନାହିଁ ଉଦେ ଅସ୍ତ ଅବା ହସ୍ତପଦ
ନିର୍ନିମେଷ ଚକାଆଖି
କୋଟି ବ୍ରହ୍ମାଣ୍ଡର ପାଳନ କରତା
ଦେଖୁଛି ସବୁ ନିରେଖି ।
ତା ବଡ଼ ଦେଉଳ ନୀଳଚକ୍ର ବାନା
ନାମ ପତିତପାବନ
ମୁକ୍ତିପ୍ରଦ ତାର ଶ୍ରୀମହାପ୍ରସାଦ
ଚୈ।ଷଠି ଅନ୍ନବ୍ୟଞ୍ଜନ ।
ଏ ମାୟା ସ°ସାରେ ସିଏ କଳ୍ପବଟ
ଫଳଛାୟା ସମନ୍ୱିତ
ବଡ଼ଦାଣ୍ଡେ ତାର ଚଳେ ନନ୍ଦିଘୋଷ
ଦଶଅବତାର ଯାତ ।
ଅନନ୍ତ ତା ଲୀଳା କରୁଛନ୍ତି ଧ୍ୟାନ
ଯୋଗୀ ଋଷି ମୁନୀ ଜ୍ଞାନୀ
ସ୍ୱୟଂ ବ୍ରହ୍ମା ସୂର୍ଯ୍ୟ ଆଚାର୍ଯ୍ୟ ଶଙ୍କର
ଓଙ୍କାରନ୍ତି ବେଦ ଧ୍ୱନି ।
ଯଜ୍ଞେ ସୁପବିତ୍ର ମହିମା ମଣ୍ଡିତ
ସ୍ୱର୍ଣ୍ଣରେଣୁ ସ୍ୱର୍ଗଦ୍ୱାର
ପରମ ଆରାଧ୍ୟ ପଦମପାଦକୁ
ଧ୍ୟାୟୁ ମନ ନିରନ୍ତର ।
