ପରମ ବନ୍ଧୁ
ପରମ ବନ୍ଧୁ
ହୃଦୟ ଗୋଟିଏ ଅବୁଝା ଛୁଆ
କଅଁଳ ଥାପୁଡା ନିଇତି ଲୋଡ଼େ
ଥରେ ପାଇଁଗଲେ ଭରସା ଛାତି
କାନି ଧରି ଚାଲେ କୋଳ ନ ଛାଡେ।
ଜୀବନ ଗୋଟିଏ ଏମିତି ରାସ୍ତା
କେଉଁଠି ସରିବ ଜଣା ନ ପଡେ
ବସା ଭାଙ୍ଗି ଯିବ କେବେ ନିଶ୍ଚୟ
ତଥାପି ଯତନେ ବସା ସଜାଡେ।
ଚାଲୁଛି ମଣିଷ ଚାଲେ ତା ଛାଇ
ବାରମ୍ବାର ଝୁଣ୍ଟି ଉଠେ ପଡେ
ଜୀବନ ଜୀଇଁବା ଏମିତି ନିଶା
ଥକି ପଡ଼ିଲେ ବି ଚଲା ନ ଛାଡେ।
ବୁଢା ହୋଇଯାଏ ଶରୀର ସିନା
ସଂସାର ସଉଦା କେବେ ନ ସରେ
ରାତି ସରି ଯାଏ ସପନ ବଳେ
ହାତ ପାଦ ବଙ୍କା ଘୁଷୁରି ଚାଲେ।
ଜୀବନେ ସେହ୍ନପ୍ରେମ ଚିର ସୁନ୍ଦର
ମନ ଦୀପ ଆଉ ଭାଵର ତେଲେ
ଆବେଗ ସଳିତା,ତ୍ୟାଗ ବିଶ୍ୱାସେ
ଲିଭେନା ତ ଆଜୀବନ ଟି ଜଳେ।
ଶବ ହୋଇଯିବ ସୁନ୍ଦର ଦେହ
ପଛେ ରହିଯିବେ ସମ୍ପଦ ସଖା
ହୃଦେ ବସିଥିବେ ପରମ ବନ୍ଧୁ
ମଶାଣୀ ଯିବାର ସେ ସଖା ଏକା।
