Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics Inspirational

4  

Kishore Nayak

Classics Inspirational

ପ୍ରକୃତି

ପ୍ରକୃତି

1 min
274


ପ୍ରକୃତିର ଯତ୍ନ କର ହେ ମଣିଷ 

କର ନାହିଁ ତାର କ୍ଷୟ 

ପ୍ରକୃତି ହସିଲେ ହସିବ ଜଗତ 

ଜୀବନ ଆନନ୍ଦମୟ l


ପ୍ରକୃତି କୋଳରେ ଜୀବନର ଧାରା 

ସୃଷ୍ଟିର ନିୟମ ନୀତି 

ସୂର୍ଯ୍ୟ ଚନ୍ଦ୍ର ତାରା ବର୍ଷା ଶୀତ ଖରା 

ଦିନ ପରେ ପୁଣି ରାତି l


ସବୁଜ ବନାନୀ ବୃଷ୍ଟି ବାରି ଧାରା 

ପ୍ରକୃତିର ସନ୍ତୁଳନ 

ଜଙ୍ଗଲର କ୍ଷୟ ବୃଷ୍ଟିର ସଂଶୟ 

ଦୁର୍ଭିକ୍ଷର ଆଗମନ l


ବୃକ୍ଷ ହୀନେ ଧରା ସଂକଟରେ ଭରା 

ଅମ୍ଳଜାନ ହେବ ନାଶ 

ବିଷାକ୍ତ ଉତ୍ତପ୍ତ ହୋଇବ ପୃଥିବୀ 

ଧ୍ବଂସ ହେବ ପରିବେଶ l


ଅନ୍ନର ସଙ୍କଟ ହୋଇବ ବିକଟ 

ଶୁଷ୍କ ହେବେ ନଦ ନଦୀ 

ଅଦିନ ଅବେଳେ ବୃଷ୍ଟିର ପ୍ରାବଲ୍ୟ 

ବିସ୍ତାରିବ ଚଉହଦି l


ବିକୃତ ହୋଇବ ପ୍ରକୃତିର ନୀତି 

ହରାଇବ ସନ୍ତୁଳନ 

ଅନ୍ନ ସଙ୍କଟରେ ପୃଥିବୀ ହୋଇବ 

ମରଣର ଶମଶାନ l


ରୋଗ ବ୍ୟାଧି କ୍ଳେଶ କରିବେ ଅଶ୍ଳେଷ 

ମହୀ ହେବ ଥରହର 

ପ୍ରକୃତିର କୋପ ହୋଇବ ଅମାପ 

ସୃଷ୍ଟି ହେବ ଛାରଖାର l


କୋପେ ରତ୍ନାକର ହୋଇବ ଅଧୀର 

ଲଙ୍ଘିବ ସେ କୂଳ ବନ୍ଧ 

ବିଷ ବଳୟରେ ଏ ଜୀବ ଜଗତ 

କ୍ଷଣିକେ ହୋଇବ ଅନ୍ଧ l


ପ୍ରକୃତି ନୁହଁଇ ଶତ୍ରୁ ଯେ କାହାର 

ଅଟଇ ପରମ ମିତ୍ର 

ପ୍ରକୃତି ବଞ୍ଚିଲେ ଜୀବନ ବଞ୍ଚିବ 

ଏହା ହିଁ ପରମ ମନ୍ତ୍ର ।


Rate this content
Log in

Similar oriya poem from Classics