ପ୍ରକୃତି
ପ୍ରକୃତି
ବିପଦ କାଳରେ ସବୁରି ତୁଣ୍ଡରେ ପ୍ରକାଶିତ ହୁଏ ମାଆ,
ଦୁଃଖ ସାଗରରେ ଜୀବନ ତରୀ ସେ ପ୍ରକୃତି ଜନନୀ ନାଆଁ |
ସୂର୍ଯ୍ୟ କିରଣରେ ଉତ୍ତାପ ସେ ପୁଣି ଚନ୍ଦ୍ରମାର ମଧୁଝର,
ତୃଷାକୁ ମେଣ୍ଟାଏ ଜଳରୁପ ଧରି ଝରେ ହୋଇ ମଧୁ ଧାର |
ଜୀବ ଜଗତକୁ ଦେଖାଏ ଆଲୋକ ଶୁଣାଏ ମଧୁର ଗୀତି,
ନିଜ ରକତକୁ ନିଗାଡ଼ି ଦିଏ ସେ ଟାଣକରି ଶିଶୁ ଛାତି |
ମାଟିରୂପେ ସିଏ ଧରିତ୍ରୀ ସାଜିଛି ସହିବାକୁ ସବୁ ଦୁଃଖ,
ବୃକ୍ଷରୂପେ କେତେ ଫୁଲ-ଫଳ ଦେଇ ବାଣ୍ଟୁଥାଏ ଖାଲି ସୁଖ |
ଶବ୍ଦ ରୂପେ ପୁଣି ସାବଧାନ କରେ ରସ ରୂପେ ଖଟା-ମିଠା,
ପବନ ହୋଇ ସେ ଦୂର କରିଥାଏ ପ୍ରାଣୀର ସକଳ ଚିନ୍ତା |