STORYMIRROR

Kishore Nayak

Classics Inspirational

3  

Kishore Nayak

Classics Inspirational

ପ୍ରକୃତି ସୁରକ୍ଷା ଏ ଜୀବନ ରକ୍ଷା

ପ୍ରକୃତି ସୁରକ୍ଷା ଏ ଜୀବନ ରକ୍ଷା

1 min
170


ପ୍ରକୃତି ସୁରକ୍ଷା ଏ ଜୀବନ ରକ୍ଷା 

ହେଜ ହେ ମଣିଷ ଭାଇ 

ପଡି ମରିବାକୁ ସଢ଼ି ମରିବାକୁ 

ମଣିଷ ଜନମି ନାହିଁ l


ପ୍ରକୃତିର କୋପ ହୋଇଲେ ପ୍ରବଳ 

ନାହିଁ ତାର ସମାଧାନ 

ମୃତ୍ୟୁର ତାଣ୍ଡବ ଅଚିରେ ରଚିବ 

ମହୀ ହେବ ଶମଶାନ l


ଶିଳ୍ପ ନାମରେ ଦ୍ୱାହୀ ଦେଇ ଆଉ 

କାଟ ନାହିଁ ବୃକ୍ଷ ଲତା 

ନଷ୍ଟ କରନାହିଁ ସୁସ୍ଥ ପରିବେଶ

ତା'ର ଜୈବ ବିବିଧତା l


ପ୍ରକୃତିକୁ ଭଲ ପାଅ ହେ ମଣିଷ 

ପ୍ରକୃତି ଆମର ବନ୍ଧୁ 

ଜୀବ ଜଗତର ଜୀବନ ରେଖା ସେ 

ସୌନ୍ଦର୍ଯ୍ୟର ଭାବ ସିନ୍ଧୁ l


ଶିଳ୍ପ ବଞ୍ଚିବ କୃଷି ବି ବଞ୍ଚିବ 

ବଞ୍ଚିବ ବୃତ୍ତି ବେଉସା 

ନାର୍ଯ୍ୟ ଅଧିକାର ନ ହେଉ ହନନ 

ପୂର୍ଣ୍ଣ ହେଉ ସବୁ ଆଶା l


ପ୍ରକୃତିର ଏଇ ଭବ୍ୟ ସରଂଚନା 

ଅଟଇ ଈଶ୍ୱର କୃତ

ତାର ଯତ୍ନ ନେବା କର୍ତ୍ତବ୍ୟ ଆମର 

ଚେତନା ହେଉ ଜାଗ୍ରତ l



Rate this content
Log in

Similar oriya poem from Classics