Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bulu Behera

Children

4  

Bulu Behera

Children

ପ୍ରକୃତ ଚାକର କିଏ ?

ପ୍ରକୃତ ଚାକର କିଏ ?

1 min
231


ମଣିଷର ଚରଣରେ ଥାଏ

       ମନୁଷ୍ୟ ଯେଉଁଆଡେ ଯାଏ,

ବିପଦରୁ ସବୁ ରକ୍ଷା କରେ

       ସେ ଜିନିଷଟି ଜାଣ କିଏ l(1)


ସବୁ ଋତୁ ଓ କଣ୍ଟା ପଥରୁ

       ରକ୍ଷା କରଇ ସେ ଆମକୁ,

ଆମ ଚରଣରେ ରହିଥିଲେ

        ଡର ନାହିଁ ତଳ ବାଧାକୁ l (2)


ମାନବ ସେବାକୁ ବ୍ରତ ଭାବେ

        ଗ୍ରହଣ କରିଛି  ନିଜକୁ,

ଯେତେ ଝଡ ଝଞ୍ଜା ଆସିଲେ ବି

        ରକ୍ଷା କରଇ ଚରଣକୁ l (3)


ତାକୁ ଆମେ ସବୁ ନ ପିନ୍ଧିଲେ

       ବିଭିନ୍ନ ରୋଗ ଭୋଗ କରୁ,

ଖରା ଦିନେ ବେଶୀ କଷ୍ଟ ପାଇ

       ପଥ ଜମା ଚାଲି ନ ପାରୁ l (4)


ତାକୁ ଯିଏ କିଣି କରି ପିନ୍ଧେ

      ସେ ହୁଅଇ ତାର  ଚାକର,

ମଲିକ ସେବା ପରମ ଧର୍ମ

      ଭାବେ ଜୀବନେ ଶ୍ରେୟସ୍କର l (5)


ପରୋପକାର ଈଶ୍ୱର ସେବା

     ମୂଳ ମନ୍ତ୍ର ଭାବେ ନେଇଛି,

ପାଦେ ରହି ସେବା କରିବାକୁ

     ଠାକୁରଙ୍କୁ ବର ମାଗୁଛୁ l (6)


ଭରତ ଯେପରି ସେବୁଥିଲେ

     ଶ୍ରୀରାମଙ୍କର ପାଦୁକାକୁ,

କିଏ ସେପରି ପୂଜା କରୁଛି

      ତୁମ ଚରଣ ଯୁଗଳକୁ l (7)


     

    




Rate this content
Log in

Similar oriya poem from Children