ପ୍ରଖର ଖରାରେ ପଶୁ ଚରlଳି
ପ୍ରଖର ଖରାରେ ପଶୁ ଚରlଳି
ପ୍ରଚଣ୍ଡର ଗ୍ରୀଷ୍ମ ପ୍ରବାହ ଅମାପ
ସୃଜୁଛି ଦେହେ ଜ୍ୱଳନ
ଏହି ସମୟରେ ଗୃହେ ପଲ୍ଲୀ ପୁରେ
ଚନ୍ଦନ କରି ଲେପନ ।
ଅଙ୍ଗ ପ୍ରତ୍ୟଙ୍ଗକୁ ନିଦାଘ ତାପରୁ
ସୁଶିତଳ କରିଥାନ୍ତି
ଅତି କଷ୍ଟ ହୁଏ ଖଞ୍ଜା ବାତ ବହେ
ବାହାରେ ଅସହ୍ୟ ତାତି ।
ପଶୁ ପକ୍ଷୀ କୀଟ ପତଙ୍ଗ ମଣିଷ
ସର୍ବେ ଡହଳ ବିକଳ
ଦାରୁଣ ନିଦାଘ ଅସହ୍ୟ ତାପରେ
ଜାପୁଛନ୍ତି ଦୁଃଖ କାଳ ।
ନଦୀ ନାଳ ଆଉ ପୋଖରୀ ଇତ୍ୟାଦି
ଶୁଖିଯାଇ କ୍ଷୀଣ ସ୍ରୋତ
ଧାର ଧୀର ତର ହୋଇ ଚାଲେ ଏବେ
ନଦୀ ନାଳ ପ୍ରବାହିତ ।
ଅନେକ ସଂଖ୍ୟକ ବୃକ୍ଷ ହୁଏ ଶୁଷ୍କ
ଜଙ୍ଗଲ ନିଆଁ ଲଗଇ
ଅସହ୍ୟ ତାପରେ ପ୍ରାଣ ଛଟ ପଟ
ସଭିଙ୍କ ଏବେ ହୁଅଇ ।
ପଶୁ ଚରାଳି ଏ ନେଇ ଥାନ୍ତି ବନେ
ପଶୁ ଚରାଇବା ପାଇଁ
ଉତପ୍ତ ମଧ୍ୟାହ୍ନ ସମୟରେ କ୍ଷୀଣ
ନଦୀ ନାଳ ପାଖେ ଯାଇ ।
ଆଶ୍ରୟ ନିଅନ୍ତି ମୁଣ୍ଡ ଫଟା ଖରା
ତାତି ବାଧା ଉପଶମ
ନିମନ୍ତେ ବିରାଟ ତରୁ ଟେ ତଳ ରେ
ଘେନି ଅଛନ୍ତି ବିଶ୍ରାମ ।
ଜଳଧାର ନିକଟରେ ଥିବା ହେତୁ
ଜଳୀୟ ବାଷ୍ପ ପ୍ରଭାବେ
ଝାଞ୍ଜି ଧାସ ତାପ ପ୍ରବାହ ଅମାପ
ଯନ୍ତ୍ରଣା ହ୍ରାସ ଲଭେ ।
ଘନ ପତ୍ର ଆଚ୍ଛାଦିତ ଆସ୍ତରଣ
ତଳରେ ଗ୍ରୀଷ୍ମ ପ୍ରବାହ
ହ୍ରାସ ପାଇଁ ଦାହ ଦଗ୍ଧ ଦ୍ୱିପ୍ରହ ରେ
ବିତାଇ ଥାନ୍ତି ସମୟ ।

