ପ୍ରକୄତି ମାତା
ପ୍ରକୄତି ମାତା
ପ୍ରକୃତିର କୋଳେ ହଜି ମୁହିଁ ଯେବେ
ରୂପମାଧୁରୀ ତା ଦେଖେ,
ବିଭୋରତା ପଣ ହୃଦୟକୁ ଚୁମି
ଶବ୍ଦ ଅଳଙ୍କାର ଯୋଖେ ।
ସୁଷମାରେ ଭରା ରୂପ ଅଇଶ୍ଵର୍ଯ୍ୟ
ପ୍ରଗଳ୍ଭତା ପ୍ରାୟ କରେ,
ନିଜ ଅଜାଣତେ ଚିତ୍ରକର ସାଜି
ରଙ୍ଗ ତୂଳୀ ହସ୍ତେ ଧରେ ।
ତା ଦେହର ବସ୍ତ୍ର ସବୁଜେ ଶୋଭିତ
କମନୀୟ ରୂପକାନ୍ତି,
ତାହାର ପରଶ ସତେକି ପୀୟୂଷ
ଏକାନ୍ତରେ ଭରେ ସ୍ମୃତି ।
ତାର ସବୁଜିମା ଅଙ୍ଗେ ଭରେ ଚୁମା
ଯେବେ ଲୋଟେ ତାର ପରେ,
ମାଆ କୋଳ ସମ ଆଦର ଯତନ
ହୃଦୟରେ ମୋର ଭରେ ।
ସବୁଜ ପ୍ରାନ୍ତରୁ ଶାଶ୍ଵତ ବାରତା
ଦେଉଛି ହେ ଜନେ ଶୁଣ,
ପ୍ରାକୃତି ମାତାର ସୁରକ୍ଷା କରିବା
ନେବା ଆସ ଏହି ପଣ ।
