STORYMIRROR

Kalpana Kumari Pradhan

Children

3  

Kalpana Kumari Pradhan

Children

ପରଜlପତି

ପରଜlପତି

1 min
243

କେଡେ ମନଲୋଭା   ରୂପ କାନ୍ତି ତାର

  ସଭିଏଁ କହନ୍ତି ସେ ପରଜାପତି l

ବନ ଉପଵନେ    ଉଡ଼ିବୁଲୁ ଥାଏ

  ଫୁଲେ ଫୁଲେ ନିତି ନିତି l l


କୁନା କୁନି ଦୁହେଁ   ତା ରୂପକୁ ଦେଖି

  ଦଉଡ଼ନ୍ତି ତାର ପାଶେ l

ଟିକି ଡେଣା ଝାଡ଼ି    ସୁବାଷ କୁ ଖୋଜି

   ଟାଣି ହୁଏ ମଧୁ ଆସେ ll.


ଭଳି ଭଳି ରଙ୍ଗ   ଦେହେ ତାର ବୋଳି

  କୋମଳ ଅଙ୍ଗ ତା ଝଟକେ l

ଧରା ନ ଦିଅନ୍ତି   ପାଶେ ଆମ ବୁଲନ୍ତି

  ପଥିକଟିଏ ବି ଅଟକେ ll


ପବନର ତାଳେ   ଖେଳୁଥାଏ ଦୋଳି

  ମନମତାଣିଆ ବେଶ ଧରି l

କୁନା କହେ କୁନି   ଲଭନ୍ତି କି ଖୁସି

  ବସିଥାନ୍ତା ଯଦି ମୋ କରେ l l


କୁନି ବୋଲେ ଯଦି  ଟିକି ପ୍ରଜାପତି ହୁଅନ୍ତି

   ଦୁଇ ପାଖେ ସୁନ୍ଦର ଡେଣା l

ଘୁରି ବୁଲନ୍ତି ମୁଁ   ମନର ଆନନ୍ଦେ

  ସଭିଙ୍କ ଘର ବାରି ଅଗଣା l l 



Rate this content
Log in

Similar oriya poem from Children