"ପ୍ରିୟତମା"କାଦମ୍ବରୀ ମହାଖୁଡ଼
"ପ୍ରିୟତମା"କାଦମ୍ବରୀ ମହାଖୁଡ଼
କବିତାରେ ତତେ ଆଙ୍କୁଛି ଆଜି ମୁଁ
ମୋ କଲମର ମୁନ ଦିଏ ଇଶାରା
କାଗଜ ସାଜିଛି ଆଜି ପଥହରା ||
ମୋର ଯୌବନରେ ତୁମେ
ପ୍ରଥମ କଅଁଳ ଖରା ||
ସେଥିଲାଗି ପ୍ରିୟା ପୁରା ନିଆରା
ତୁମେ.... ମୋ ପ୍ରିୟତମା ପରା......
ମୋ ପ୍ରିୟତମା......
ସ୍ୱାଭିମାନୀ ନଈ ଅଳସି କନ୍ୟା ,
ବୁଝିପାରେ ସିଏ
ନୁହେ ଅମାନ୍ୟା ||
ସନ୍ଦେହ ତାହାହିଁ
ସେ ଭାରି ବିଶ୍ୱାସୀ ,
ମୋ ସଂଘର୍ଷର ପଥେ
ସାଜେ ସାହାସୀ ||
ମୋ ପ୍ରିୟତମା
ବର୍ଣ୍ଣନା ବର୍ଣ୍ଣିତ ମାଧୁରୀ ମନ
ସୁବର୍ଣ୍ଣେ ସାଜିତ ତାର ନୟନ ||
ତାକଣ୍ଠେ ସାଜିତ
ଅଳଙ୍କାର ମାନ ,
ବୁଦ୍ଧିରେ ସତେକି ଗୋଟା ସୁବର୍ଣ୍ଣ ||
ମୋ ପ୍ରିୟତମା.....
ପ୍ରିୟତମା ତୁମେ ସ୍ମୃତି ର ଆକାଶ ,
ମୁ ଅମାବସ୍ୟା ତୁମ ବିନା ||
ପ୍ରିୟତମା ତୁମେ ଧୈର୍ଯ୍ୟର ସାହାସ ,
ମୁଁ ପଥହରା ତୁମ ବିନା ||
ମୋ ପ୍ରିୟତମା.....
ଅଶ୍ରୁ ଢାଳିବନି ସ୍ମୃତିରେ ଜମା ,
ସ୍ବପ୍ନବି ସାଜିଛ କେତେ
ଭାଙ୍ଗି ପରିସୀମା ||
ତୁମେ ନିଃସଙ୍ଗ ଏକାକୀ
ସାଥୀର ବେଳା ,
ତୁମେ ବର୍ଣ୍ଣିତ କବିତା
କବିଙ୍କ ମାଳା ||
ମୋ ପ୍ରିୟତମା......
ବିଶ୍ୱାସେ ଜୀବନ ,
ବିଶ୍ୱାସେ ବି ପ୍ରେମ ||
ବିଶ୍ୱାସେ ଦେଇଛ
ପ୍ରେମିକ କୁ ମନ ||
କିବା ଲେଖି ସଜାଇବି
ମୁ ତୁମ ଉପମା ||
ମୋ ପ୍ରିୟତମା .......
ତୁମେ ପ୍ରିୟତମା......

