ପ୍ରିୟାର ଓଢ଼ଣୀ
ପ୍ରିୟାର ଓଢ଼ଣୀ
ଓଢ଼ଣୀ ରୁ ଝରୁଥିଲା ବାସ୍ନା,
ନ ଥିଲା ତାହା ପରଫ୍ୟୁୁୁମ ର ଅବା ଛଳନା ର ବାସ୍ନା
ଥିିଲା ପ୍ରେମର, ସ୍ନେହର,ଭଲପାଇବାର,ଆପଣାପଣର,
ସମ୍ମୋହନର,ସୁୁଖଦୁୁଃଖ ବାଣ୍ଟିବାର
କାହିିଁକିନା -ସେ ଓଢ଼ଣୀ ଥିଲା ମୋ ପ୍ରିୟାର ।
ତା ହଳଦୀ ମଖା ଗୋରା ମୁହଁ ଲୁଚିଥିଲା
ସେ ଓଢ଼ଣୀ ତଳେ,
ସଲ୍ଲଜ ଆଖି, ଧାରୁୁଆ ନାକ,ଗୋଲାପୀ ଚିବୁୁୁକ
ଓଠ ତଳର ଖିଲିିଖିଲି ହସ,
ସବୁକିଛି ଲୁଚାଇ ରଖିଥିଲା ସେ ଓଢ଼଼ଣୀ
କାହିିଁକିନା-ସେ ଓଢ଼ଣୀ ଥିଲା ମୋ ପ୍ରିିିୟାର ।
ସେ ଓଢ଼ଣୀ କହୁଥିଲାଅନେକକଥା,
ନର୍ଜନତାର,
ସମୂଦ୍ର ବେଳାଭୂମିରେ ଏକାଠି ବୁଲିବାର,
ଝିିିପ୍ ଝିପ୍ ବର୍ଷା ରୁୁ ସାମାନ୍ୟ ସୁୁରକ୍ଷାର ,
ଶ୍ୱେଦଯୁକ୍ତ ମୁହଁ କୁ ମୋର କଅଁଳ ହାତରେ ଛପାଇଦେବାର-ସବୁର ସାକ୍ଷୀ ସେ ଓଢ଼଼ଣୀ,
କାହିଁକିନା -ସେ ଓଢ଼ଣୀ ଥିଲା ମୋ ପ୍ରିୟାର ।
ବେଦନାକ୍ତ ହୃଦୟର ପ୍ରବଳ ଧାସରେ
ଆଖିିରୁ ଝରିଥିିିବା ଲୁହ କୁୁ ଓଢ଼ଣୀ ରେ ପୋଛିଦେଇ
ମୋ ଅଜାଣତରେ,
ପ୍ରିିିୟାର ମୁହଁ କୁୁ ଘୋଡାଇ ଥିବା ସେ ଓଢ଼ଣୀ
ଥିଲା ମୋ ପ୍ରିିୟାର ।
ଦଲକାଏ ପବନରେ ତା ଆୟତ୍ତ ରୁ ବାହାରିି ଯାଇ
ଅଣାୟତ କରିଥିଲା ସେ ଓଢ଼ଣୀ,
ପୁଣି ଥରେ ଆପେ ଆପେ ଆସି
ନିଜ ତଳେ ଏକାଠି କରିଥିଲା ସେ ଓଢ଼ଣୀ,
ତା'ର ଯାଦୁକାରୀ ଶକ୍ତି,
ସେ ଓଢ଼ଣୀ ଥିଲା ମୋ ପ୍ରିୟାର ଓଢ଼଼ଣୀ ,
ବିଜୁଳି ର ପ୍ରବଳ ଚମକ
ଦୁଇଶରୀରକୁ ଏକାକାର କରିଥିଲା ତା' ଓଢ଼ଣୀ
କାହିଁକି ନା ସେ ଓଢ଼ଣୀ ଥିଲା ମୋ ପ୍ରିୟାର ଓଢ଼ଣୀ,
ବାସ୍ .....ତାପରେ.....ତାପରେ
ଓଢ଼଼ଣୀ ସଜାଇ ଦେଲା ପ୍ରିୟାକୁ ପ୍ରେମିକା
ପ୍ରେମିିକା କୁ ଜୀବନ ସାଥୀ-ଦୁହେଁ ଦୁୁହିଁଙ୍କର
ସେ ଓଢ଼ଣୀ ଥିଲା ମୋ ପ୍ରିିିୟାର ।।

