ପ୍ରିୟା
ପ୍ରିୟା
ପ୍ରିୟା, ମୋ ପ୍ରିୟା ।
ସ୍ମୃତି ଚିହ୍ନ ସବୁ ଲୁଚେଇଛି ହୃଦୟରେ,
ତୁମ କଥା ଭାବି ଓଦା ହୁଏ ଆଖି ପ୍ରତି ସଞ୍ଜ ବିରହରେ ।
କେମିତି କହିବି କୁହ ? ବଞ୍ଚିତ କଲ ସ୍ନେହ ।
ତୁମ ବିନା ଆଜି
ଏକା ଏକା ବସି
ନିରବରେ ଢାଳେ ଲୁହ ।
ଭଲପାଏ ବୋଲି କହି ପାରିଲିନି, ପ୍ରିୟା
ତିଳେ ଦୁଃଖ ନାହିଁ ହୃଦୟକୁ ମୋର ବୁଝି ପାରିଲନି, ପ୍ରିୟା ।
ଅତୀତର ଦିନ ସେ ମିଠା ସପନ ମନେପଡେ ସବୁ, ପ୍ରିୟା
ପହିଲି ପରଶ କରିଥିଲା ଦାସ, ପ୍ରିୟା ।
ତୁମ ସ୍ବପ୍ନ ଦେଖି ଉଜାଗରେ ପାହେ ରାତି,
ଫେରିବ ବୋଲିଣ ଆଜିବି ତଥାପି ଅନାଇଁ ରହିଛି ସାଥୀ ।
ହସର ସହରେ ଥାଇ, ବହୁଛି ଲୋତକ ନଈ ।
ଅସହ୍ଯ ଯନ୍ତ୍ରଣା
ନିଇତି ପାଉଛି
ଖୁସି ଟିକେ ପାଉନାହିଁ ।
ପହିଲି ଦେଖାରୁ ଧନବାନ୍ କଲ, ପ୍ରିୟା
ଭଲ କଥା କହି ମନ ଛାତି ତଳେ ଜାଗା ବନେଇଲ, ପ୍ରିୟା ।
ନିରବ ପରାଣେ ମଧୁ ରଙ୍ଗ ଲେପି ହସ ଫୁଟାଇଲ, ପ୍ରିୟା
ଯଉବନ ସ୍ବାଦ ତୁମେ ଚଖାଇଲ, ପ୍ରିୟା ।
ଗଲାବେଳେ ପଦେ କହିଲନି ମନ କଥା,
ତୁମ ନିରବତା ଆଜିବି ହୃଦୟେ ଭରୁଛି ସହସ୍ର ବ୍ଯଥା ।
ଧୋକା କିଆଁ ଦେଲ କୁହ ? ଶୀହରି ଯାଏ ମୋ ଦେହ ।
ତୁମେ ଗଲା ପରେ
ହୃଦୟ - ଆଖିରେ
ଚାରିଆଡେ ଖାଲି ଲୁହ ।
ମନ ପ୍ରାଣ ଦେଇ ଭଲ ପାଉଥିଲି, ପ୍ରିୟା
କେଉଁ ଅପରାଧେ ଏତେ ଶାସ୍ତି ଦେଲ ବୁଝି ପାରିଲିନି, ପ୍ରିୟା ।
ଜୀବନେ କେବେବି ଭାବି ମୁଁ ନଥିଲି ତୁମେ ପୀଡା ଦେବ, ପ୍ରିୟା
ଯାଯାବର ସାଜି ଦୁଃଖେ ସଢେ ଆଜି, ପ୍ରିୟା ।