Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Romance

3  

sumanta behera

Romance

ପ୍ରିୟା ସହ ଭେଟ

ପ୍ରିୟା ସହ ଭେଟ

1 min
164


ଦୀର୍ଘ ଦିନ ପରେ ମୋ ପ୍ରିୟା ସହିତ

  ଭେଟିଗଲି ଯେବେ ମୁହିଁ ।

ଗହଳି ଭିତରେ ହୃଦସ୍ପନ୍ଦନ ମୋର

   ବଢିଗଲା ଆପେ କାହିଁ ।।


ଦେଖୁ ଦେଖୁ ମୁହିଁ ପ୍ରିୟାକୁ ଡାକିଲି

  ନାମ ଧରି ପୁଣି ତା'ର ।

ପଛକୁ ଅନାଇ ଚାହିଁ ହସିଦେଲା

   ଡାକ ଶୁଣି ପ୍ରିୟା ମୋର ।।


ପ୍ରିୟାର ଓଠରେ ହସ ଦେଖି କରି

   ହସିଦେଲି ପୁଣି ମୁହିଁ ।

ପ୍ରିୟାର ମୁହଁକୁ ଚାହିଁ ରହିଥିଲି

   ଚାତକ ଭଳିଆ କାହିଁ ।।


ଏହା ପରେ ପ୍ରିୟା ପାଖକୁ ଆସିଲା

  କହିଗଲା କଥା ତା'ର ।

ତା'ର ସବୁ କଥା ଶୁଣିକରି ମନ

   ଆନନ୍ଦ ହୋଇଲା ମୋର ।।


ବାହାଘର ପାଇଁ ପ୍ରସ୍ତାବ ଆସିଛି

  କହିଗଲା ସିଏ ପୁଣି ।

ମୁଣ୍ଡଟା ମୋହରି ଘୁରେଇ ଗଲା ଯେ

   ତାହାରି କଥାକୁ ଶୁଣି ।।


ସବୁ କହିସାରି ପଚାରୁଛି ସିଏ

   କିଛି କୁହ ତୁମ କଥା ।

କହିଦେଲି ମୁହିଁ କିଛି କହିବିନି

  ଘୁରାଉଛି ମୋର ମଥା ।।


କହୁଅଛି ପ୍ରିୟା ଏବେ ଭଲ ଥିଲ

  ଏବେ ଏବେ କ'ଣ ହେଲା ।

ହଁ, ମୁଁ ତ ତୁମର ନିଜର ନୁହଁଇ

   କହିବ କାହିଁକି ଭଲା ।।


ଆନନ୍ଦରେ ମନ ଭରିଗଲା ମୋର

  ଅଭିମନ ଦେଖି ତା'ର ।

ଗୋଟିଏ ସ୍ଥାନରେ ବସି କହିଗଲି

   କଥା ତକ ସବୁ ମୋର ।।


Rate this content
Log in

Similar oriya poem from Romance