STORYMIRROR

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

ପ୍ରିୟା କୁ ବାରଣ

ପ୍ରିୟା କୁ ବାରଣ

1 min
386

ବାରଣ କରୁଛି

ତୁମକୁ ମୁଁ ପ୍ରିୟେ

ଆସ ନାହିଁ ମୋ ପାସରେ,

ତୁମେ ପରା ମୋତେ

ଛାଡି ଚାଲି ଗଲ

କାହିଁ ଆସ ହେ ରାତିରେ ।


ଯଦି ଥିଲା ତୁମ

ସରାଗ ମୋଠାରେ

କାହିଁ ମୋତେ ଛାଡ଼ି ଗଲ,

ନିତି ଆସି ରାତି

ପାହାନ୍ତିଆ ଯାଏଁ

କାହିଁ କର କଲ ବଲ।


ଶାନ୍ତିରେ ଟିକିଏ

ବଞ୍ଚିବାକୁ ଦିଅ

ଆସ ନାହିଁ ଜମା ପାସ,

କାହିଁ ନିତି ତୁମେ

ଆସୁଛ ହେ ପ୍ରିୟା

ଧରି ତୁମ ପ୍ରେମ ଫାସ ।


ମୋର ଦୁର୍ବଳତା

ଜାଣି ଯାଇଅଛ

ଅଟେ ମୁଁ ପ୍ରେମ ପାଗଳ,

ଧରି ପ୍ରେମ ଫାସ

ଯାମିନି ସାରା ହେ

ପରଖୁଛ ମୋର ବଳ।


ବାହୁ ବନ୍ଧନରେ

ଭିଡ଼ି ଧରି ମୋତେ

ଉଷ୍ଣ ଚୁମ୍ବନ ଦେଉଛ,

ଛାତି ଉପରକୁ

ଆଣିବା ବେଳକୁ

ହାତେ ଧରା ନ ଦେଉଛ।


କି ଶାନ୍ତି ତୁମେ ଯେ

ପାଉଛ ସତରେ

କଲ ବଲ କରି ମୋତେ,

ଲୋଡା ନାହିଁ ତୁମ

ପ୍ରୀତିର ସମ୍ଭାର

ବଞ୍ଚିବା ଚାହେଁ ଜଗତେ।


ତୁମରି ଆରାଧ୍ୟ

ଶିବ ରାଣ ଦେଇ

ବାରଣ କରୁଛି ମୁହିଁ,

ଆଜି ଠାରୁ ପ୍ରିୟେ

କେବେ ଜାମିନରେ

ପାସକୁ ଆସିବ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance