STORYMIRROR

Priyaranjan Biswal

Classics

3  

Priyaranjan Biswal

Classics

ପ୍ରିୟା ଗଲା ଶାଶୁଘର

ପ୍ରିୟା ଗଲା ଶାଶୁଘର

1 min
200

ପ୍ରଥମ ଦେଖାରେ କରିଲି ନିଜର,

ଆଖିରେ ମିଶିଲା ଆଖି

ସେହିଦିନଠାରୁ ଜାଣିଥାଲୋ ପ୍ରିୟା,

ମୋ ମନ ରହିଲା ଲାଖି

ମନକୁ ବୁଝାଇ ପାରିଲିନି ବୋଲି,

ଅବୁଝା ହୁଏ ଏମନ

ତୁମେ ଯଦି ପ୍ରିୟା ବୁଝି ନପାରିବ,

ବୁଝିବ ବା କେଉଁ ଜନ

ଲୁହରେ ଲେଖିଛି ହୃଦୟର ଭାଷା,

ରଖିନେବ କରି ସ୍ମୃତି

ତୁମବିନା ମୋର ସବୁ ଜହ୍ନରାତି,

ଭାବନାରେ ଯାଏ ବିତି

ଉଜାଡି ଦେଇ ମୋ ସଜଡା ସପନ,

ଭୂଲିଗଲ ତୁମେ ସତେ

କେଉଁ ଅଭିମାନେ ଦୂରେଗଲ ପ୍ରିୟା,

କହି ଗଲନାହିଁ ମତେ

ତୁମେ କଲେ ପର ଖାଇବି ଜହର,

ମନେ ମୁଁ କରିଛି ପଣ

ତୁମରି ପ୍ରେମରେ ପ୍ରେମିକ ସାଜିବି,

ନକରି ହଇରାଣ

ଜୀବନ ତ ଏକ ଅବୁଝା କବିତା,

ପଢି ବୁଝିହୁଏ ନାହିଁ।

ଏ ଜୀବନ ନୂହେଁ ସୌଖିନ କଣ୍ଢେଇ,

ଖେଳି ଭାଙ୍ଗିଦେବା ପାଇଁ

ତୁମକୁ ନେଇ ମୁଁ ସ୍ୱପ୍ନ ଦେଖିଲି,

ବଧୂ ହେବ ବୋଲି ମୋର

ଆଜି ସେ ସ୍ୱପ୍ନ ଅନ୍ତ କରି ତୁମେ,

ଚାଲିଗଲ ଶାଶୁଘର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics