STORYMIRROR

Shibasheesh Naik

Abstract Inspirational Others

3  

Shibasheesh Naik

Abstract Inspirational Others

ପ୍ରିୟ ଦିଦି

ପ୍ରିୟ ଦିଦି

1 min
58

ଆପଣାର ଖୁସି 

       ହୃଦୟ ରେ ବିଞ୍ଚି

ଦେଇଛ ପ୍ରେମ ର 

        ମୋହ

ମମତା ର ଜ୍ଵଳା

       କେମିତି ସହିବି

ବୁଝେ ନାହିଁ

       ମନ ମୋର ।୧।

ଦୁନିଆ ଟା ଏଠି 

     ଭୁଲିଯାଏ ମତେ

 ଭୁଲେ ନାହିଁ 

     ତୋର ମନ

ପ୍ରତିଟି କଥାରେ

      ସାହାଯ୍ୟ ର ହାତ

ବଢ଼ାଏ ମୋ

        ପ୍ରତି ପ୍ରାଣ ।୨।

ତୋତେ ଯିଏ ରାଗେ

      ଭାରି ରାଗ ଲାଗେ

ମନ ମୋର 

       କାନ୍ଦି ଉଠେ

ସେହି କ୍ଷଣି ତାର

       କଥାକୁ କେମନ୍ତ ,

    ଚାହେଁ 

 କରିଦେବି 

     ଦୂରୁ ଯେତେ ।୩।

ମନେ ପଡ଼େ ଆଜି 

      ଲୁଚି ଲୁଚି ଆମେ

ଖାଇଛେ 

     କଦଳୀ ଆମ୍ବ

ମା ପଚାରିଲେ

   ନାହିଁ ନାହିଁ କହି

ବୁଲାଇ ଦେଉ

     ତା ତୁଣ୍ଡ ।୪।

ଗହ୍ମା ପୂର୍ଣ୍ଣିମା ରେ

        ନିଦ ଭାଙ୍ଗି ଯାଏ

ରସଗୋଲା

      ସ୍ୱପ୍ନ ଦେଖି

ଆଜି ମୋର ଦିଦି

     ହାତେ ରସି ଥିବ

ମୋ ସ୍ୱପ୍ନ ର

      ମିଠା ପେଡ଼ି ।୫।

ଶରଧା ରେ ମତେ

       ବାନ୍ଧି ଦିଏ ରାକ୍ଷୀ

ମନ ମୋର 

       ଖୁସି ହୁଏ

ତା'ର ସୁଖେ 

       ଦୁଃଖେ

ଭାଗି ଦାରି ହେଲେ

       ମନ ମୋର 

ନାଚି ଉଠେ ।୬।

ଶେଷ ପତ୍ର ଧାରେ

        ମାଗୁଣି ମୋହର

ଭଲ ରେ ରଖ ହେ

          ନାଥେ

ମୋର ପ୍ରିୟ ଦିଦି

      ଭଲ ରେ 

ରହୁ ସେ

    ଏତିକି ପ୍ରାର୍ଥନା

ତୋତେ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract