ସେ ମୋ ମା
ସେ ମୋ ମା
ବିଶାଳ ମମତାର ହୃଦୟ ତାହାର,
ସବୁ ଝଡକୁ ସେ କରିଦିଏ ଦୂର,
ପ୍ରେମ ସିନ୍ଧୁକ ର ସେ ଅଗଣା,
ସେ ମୋ ମା
ସେ ମୋ ମା ।
ଲୁହ ର ଝରଣା ଝରିଗଲେ ମୋର,
ପଣତରେ ପୋତି ନିଏ,
ଦୁନିଆ ରେ ଆଗକୁ ଯିବାକୁ ପ୍ରସୋୟ ଦିଏ,
ଖରାପ କାର୍ଯ୍ୟ ରୁ ନିବୃତ୍ତ ବାଣୀ ଦିଏ,
ଭଲ ରାସ୍ତେ ଯିବାର ବାଟ ବୁଣିଦିଏ,
ସେ ମୋ ମା
ସେ ମୋ ମା ।
ମୋ କଷ୍ଟକ କୁ ସେ ସହିକରି,
ମତେ ଚାହିଁ ହସିଦିଏ,
ତା ମନର ବ୍ୟଥା କୁ ମୁଁ ହୃଦୟଙ୍ଗମ କରେ,
ଭାବେ ମନେ ମନେ ଦୁନିଆ ର ବିଶ୍ବସ୍ତ,
ସେ ମୋ ମା
ସେ ମୋ ମା ।
ମନ ପସନ୍ଦର ଖାଇବା ରାନ୍ଧି ପୋରସି ଦିଏ,
ମୁଁ ଯଦି କଷ୍ଟ ଦେଇଥାଏ କିଛି କ୍ଷଣ ପରେ ସେ କଥା କୁହେ,
ମୋ ଭବିଷ୍ୟତ କଥା ଭାବି ମନେ ମନେ ସେ ଲୁଚି କାନ୍ଦେ,
ମୋ ମଙ୍ଗଳ ସାଧନ ନିମିତ୍ତ ସେ ବହୁ ଉଷାବାର କରେ,
ସେ ମୋ ମା
ସେ ମୋ ମା ।
ମୋ ନାମ ରେ ଯେ ମିଥ୍ୟା ପ୍ରଚାର କରେ,
ତା ମୁହଁକୁ ଠିକ୍ ବାକ୍ୟେ ଚାବିମାରେ,
କହେ ଆଗେ ମତେ ପ୍ରମାଣ ଦିଅ,
ତାପରେ ଭଲ ମନ୍ଦ ବିଚାର କର,
ସେ ମୋ ମା
ସେ ମୋ ମା ।
ଶରୀର ଅସୁସ୍ଥ ହେଲେ ପାଖେ ରହିବସେ,
ସୁସ୍ଥ ହୋଇଗଲେ ମନ ଖୋଲି ହସେ,
ସମସ୍ତ ସନ୍ତାନ ତା ପାଇଁ ବଡ଼,
ପ୍ରେମ ସମୁଦ୍ର ର ଗଭୀର ଜୁଆର,
ସେ ମୋ ମା
ସେ ମୋ ମା ।
ମା ଅସୁସ୍ଥ ହେଲେ ମୋ ହୃଦୟ କାନ୍ଦେ,
ତା ସେବାରେ ମୁଁ ରହିଥାଏ,
ଯେ ପର୍ଯ୍ୟନ୍ତ ସେ ଭଲ ନ ହୋଇଛି,
ମନ ଖୋଲି ହସିବି ନ ପାରେ,
ସେ ମୋ ମା
ସେ ମୋ ମା ।
ମନେ ପଡେ ସେ ଶୈଶବ କାଳ,
ତା ଆଙ୍ଗୁଳେ ମୋ ଆଙ୍ଗୁଳି ର ଧାର,
ଥନିଥନି ଚାଲେ ମୁହିଁ ମା ଧରିଥିବା ପଥ,
ଭୂମିରେ ଲୋଟି ପଡିଲେ ହୁଏ ଅସ୍ତବ୍ୟସ୍ତ,
ସେ ମୋ ମା
ସେ ମୋ ମା ।
ଭୂମିରୁ ଲୋଟେଇ ଆଣି କୁହେ ପାରିବୁ ମୋ ଧନ,
ତୁ ତ ଦୁନିଆଁ ର ରଖିବୁ ଯଶ ଗାନ,
ଥନିଥନି ପାଦ ତୋର ହେବ ଶକ୍ତ ଧାର,
ଖିଲିଖିଲିଆ ହସ ତୋର କୋଟି ପ୍ରାଣ ଧାର,
ସେ ମୋ ମା
ସେ ମୋ ମା ।
ଆଜି ର ଆଧୁନିକତା ରେ ମା କିଏ?
ମା ଠୁ ବଡ଼ ତା ପ୍ରେମିକା,
ତା ପାଇଁ ସେ ମରିପାରେ ବଞ୍ଚି ପାରେ,
କନ୍ତୁଯେ ମା ପାଇଁ ନୁହଁ,
ସେ ମୋ ମା
ସେ ମୋ ମା ।
ଏ ଆଘାତ କୁ ସହ୍ୟ କରି ମିଛେ ହସିଦିଏ,
ମା କୁ କନ୍ଦେଇଲେ ଜୀବନ ଦୁର୍ବିସହ ହୋଇଯାଏ,
ଯା ପ୍ରେମେ ନାହିଁ କପଟ ତାକୁ ଦୁନିଆ ବାସହରା କରେ,
ଯା ପାଶେ ଥାଏ କପଟ ତାକୁ ବାସସ୍ଥଳୀ ରେ ଗଣନା କରେ,
ସେ ମୋ ମା
ସେ ମୋ ମା ।
ପ୍ରେମିକା ଠୁ ବଡ଼ ମା ଜାଣିବ ଦୁନିଆ,
ବିଧାତା ଦେଖେଇବ ମହତ୍ତ୍ଵ ପଣିଆ,
ନିଜେ ବଡ଼ ରୋଗେ ଆକ୍ରାନ୍ତ ଥିଲେ,
ପ୍ରେମିକା ର ଚିହ୍ନ ଦିଶେନି ତତୋ ,
ପରନ୍ତୁ ମା ଚିହ୍ନ ସଦେବ ତୋ ପାଖେ,
ସେ ମୋ ମା
ସେ ମୋ ମା ।
ନିଜ ବାସସ୍ଥଳେ ରଖିବା ମା'କୁ ତା ସଙ୍ଗେ ପ୍ରେମିକା,
ଭାଙ୍ଗି ଗଢି ହୋଇ ହୁଏ ବୃହତ ସଂସାର ନାଟିକା,
ମା ମମତାର ଋଣ ତୋ ଭବ ସମୁଦ୍ର ଜଳ,
ନାଁ ତାକୁ ଶୁଝିଦେବ ଦୁନିଆ ର କେଉଁ ମୂଲ୍ୟ
ସେ ମୋ ମା
ସେ ମୋ ମା ।
ମା ତୁମେ ଜଗଯାତ୍ରୀ ତୁମେ ମା ଚଣ୍ଡୀ,
ତୁମେ ମା ତାରିଣୀ ତୁମେ ମହାମାୟା,
ତୁମର ରୂପ ବିଶ୍ଵ ବିଖ୍ୟାତ,
ତୁମ ସୃଷ୍ଟି ର ସବୁଜିମା ପଥ,
ସଭିଙ୍କୁ ମୋହିତ କରେ
ସେ ମୋ ମା
ସେ ମୋ ମା ।