STORYMIRROR

Shibasheesh Naik

Abstract

2.5  

Shibasheesh Naik

Abstract

ସ୍ନେହର ଡୋରି

ସ୍ନେହର ଡୋରି

1 min
251


ହସ୍ତେ ବାନ୍ଧିଲି ପ୍ରେମ ସନ୍ତକ 

     ରଖିବୁ ମୋର ମାନ ,

ଯିବୁନୁ ଛାଡ଼ି ମୋ ବିପଦେ

      ରହିଲା ତତେ ରାଣ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

କଥା ମୁଁ ଦେଲି ଯିବିନି ଛାଡ଼ି

          ରହିବି ଛାଇ ହୋଇ ,

ଆସୁ ଯେତେ ସୁନାମି କେତେ

       ରହିବି ଶୃଙ୍ଗ ହୋଇ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ତୋ କଥା ଯେ' ଖେଳାଏ ମନେ

      ସାହାସର ଉନ୍ମାଦ ,

ଏ ଦୁନିୟେଁ ଭୟ ନାହିଁ

        ତୁ ଯେ ମୋ ଅଭୟ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ଜୀବନ ଥିବା ଯାଏ ମୁଁ

      ତୋର ରହିବି ସୁଖ ଦୁଃଖେ ,

ଜୀବନ ଚାଲିଗଲେ ମୋ ଏଠି

       ତତେ ରଖିବେ ଜଗନ୍ନାଥେ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ବିବାହ ପରେ ଭଲ ମନ୍ଦେ

    ଆସି ଦେଖି କରିଯିବ ,

ତୁମ୍ଭେ ତୋ ମୋର

   ଏକା ଭାଇ ବୁଝିପାର ମୋ ଲହର ,

 ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ଚେଷ୍ଟାରତ କରିବି ମୁହିଁ

     ବୁଝିବା ପାଇଁ ତୋ ରାହା ,

ତୋ ପରି ଭଉଣୀ ପାଇ

    ଜୀବନ ଟା ଲାଗେ ନୂଆ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ତୁମ୍ଭେ ତୋ ମୋର ପିତା ସମାନ

     ପାଇଛ କେତେ କଷ୍ଟ ,

ମୋ ଅଳିକୁ ପୁରା କରିବାରେ

     ଥାଏ ତୁମ୍ଭ ଅଭିଳାଷ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ପିତା ଙ୍କ କାର୍ଯ୍ୟ ଥାଏ ସଦା

       ସନ୍ତାନ ରୁହନ୍ତୁ ସୁଫଳ ,

ତାଙ୍କ ଚକ୍ଷୁରେ ଯନ୍ତ୍ରଣା ଥିଲେ

      ମନେ ଭରେ ତାଙ୍କ ଜହର ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ

ଏମନ୍ତ ଭାଇ ସବୁ ଜନମେ

         ଦେବେକି ସାଇ ନାଥ ,

ଯଦି ଦେବେ ମୁଁ ହେବି

     ତାଙ୍କ ପାଦେ ଋଣି କୃତ ,

ସ୍ନେହର ଡୋରି 

     ଯିବନି ଛିଡ଼ି

ରହିଥିବ ଚିରଦିନ

      ରହିଥିବ ଚିରଦିନ


Rate this content
Log in

Similar oriya poem from Abstract