STORYMIRROR

Shibasheesh Naik

Others

3  

Shibasheesh Naik

Others

ସ୍ମୃତି ଓଡ଼ିଆ ୨୦୧୯

ସ୍ମୃତି ଓଡ଼ିଆ ୨୦୧୯

2 mins
181

ସ୍ମିତ ହସ ତାଙ୍କ

       ଭାବନା ର ସ୍ତୁପ

ଧିର ମନ୍ଥର ଯେ କହିବାର ରୂପ

       ବୁଣିଦେଇଛନ୍ତି କବିତାର ଗୁଚ୍ଛ

ତା ସଙ୍ଗେ ଗଳ୍ପ ଆଉ ମନର ସିନ୍ଧୁକ।୧।

ଅଶ୍ଵ ପରି ତାଙ୍କ ମନର ଭାବନା

       କାମନାର ସିଏ ଏକ ଠିକଣା

ସର୍ବ କାର୍ଯ୍ୟେ ଯେ ଦିଏ ଯୋଗଦାନ

  ସେ ଆପଣାର

     ଅଶୋକ ଭାଇ ନାମ ।୨।

ଶୀତଳ ଜଳର ବୁନ୍ଦା ପରି

      ନିଷ୍ପାପ କୋମଳ ମତି ତାହୋରି

କ୍ଷୁଧା ଅସମ୍ଭାଳ ମନ ପ୍ରବୃତ୍ତି

      କବିତା ଲେଖିବା ବୃତ୍ତି ଜାଣନ୍ତି

କେବେ ତୁମେ ଅଛ

          ପାଣି ବୋତଲ

ମିଠା କଥା ଯେ ଲାଗେ ମଧୁର ।୩।

ଅମୃତ ବଚନ ଅମୃତ ଧାରା

       ବିଶ୍ଵ ଜୀବନେ ଏକ ହି ଧାରା

ଚଲାପଥ ତାଙ୍କ ଅମୃତ ମୟ

      ଆପଣାର ସେ

           ଅମିତ ଭାଇ ଜାଣ ।୪।

ହସ ହସ ମୁଖ

        ଆଦର ର ପାତ୍ର

ଆପଣା କରିବା

         ତାଙ୍କ ଗୁହ୍ୱ ମନ୍ତ୍ର

କେବେ ମିଛ ରାଗ 

         କେବେ ହାସ୍ୟାସ୍ପଦ

ସଭିଙ୍କ ସାହାଯ୍ୟେ ତାଙ୍କ ମନ ଭାବ ।୫।

କେବେ ତାରା ରୂପ

         କେବେ ଦୈବ ରୂପ

ଏକତା ସୂତ୍ରର

        ସେ ସୂଚକ ।୬।

ଓଡ଼ିଆ ବିଭାଗେ 

          ଦୁଇ ଗୋଟି ନାମ

ଏକରେ ରାଜୁ 

       ଦୈତାରି ପଣ୍ଡା ନାମ ।୭।

ଦେଇଥିଲେ ପାଇ

      ନୀତି ତାଙ୍କରି

ରାଗ ରୁଷା ମନ

        ନାହିଁ ତାଙ୍କରି

ସାହାଯ୍ୟ ର ପଥେ

      ତାଙ୍କ ଯୋଗଦାନ

କେତେ ସଙ୍ଗଠନେ

        ନେତୃତ ମାନ ।୮।

କବିତା ସଙ୍ଗେ

      ଗଳ୍ପ ର ମାଳା

ପଢ଼ିଲେ ଲାଗଇ

        ସରସ ଧାରା ।୯।

କେଉଁ ସୁର ଦେବି

      ତାଙ୍କ ନାମରେ

ସାତ ସୁରେ ବନ୍ଧା

      ତାଙ୍କ ନାମ ଯେ ।୧୦।

ଜଟିଳତା ମଧ୍ୟେ

        ତାଙ୍କରି ନାମ

ଆପଣା ର ସେ

      କିଶୋର ଭାଇ ନାମ ।୧୧।

କର୍ମ ହିଁ ଜୀବନ

        ତାଙ୍କ ପଥ ଧାର

ପରିବାର ସଙ୍ଗେ

       ନିଜ କର୍ମ ଭାର

ପାଠପଢା ସଙ୍ଗେ

       ବିଗବଜାର

ମାନିବାକୁ ହେବ

         କଷଣ ର ଧାର ।୧୨।

ସଭିଙ୍କ ପାଇଁ ଯେ

          ଜଳିଉଠେ

ଆପଣା ର ପଥ

        ନିଜେ ବାଛେ

ସେ ଆପଣାର

       ସରୋଜ ଭାଇ ଯେ ।୧୩।

ରାଗ ମୁଖେ ତାଙ୍କ

        ସ୍ମିତ ହସ ଛୁପା

କଥା ଯେ

     କୋଇଲି ପରି

ନୃତ୍ୟ ରେ ସିଏ

       ଧୁରିଣ ଜାଣ

କଳ୍ପନା ର ଜାଦୁଗରୀ ।୧୪।

ଖୁଁ ଖୁଁ ଶବ୍ଦ

     କହିବା ମଧ୍ୟେ

ଆସିଥାଏ 

     ବାରମ୍ବାର

ତଥାପି ସାହସ

    ନେଇ ମନେଯେ

ଦେଇଥାନ୍ତି

    ପ୍ରଶ୍ନୋତ୍ତର ।୧୫।

ପୃଥିବୀ ବୁକୁରେ

       ଜନମ ହୋଇ

ଶେଷରେ ମିଶିବେ 

     ମାଟିରେ ଯାଇ

ସର୍ବ ଯୁଗେ ଅଛି

       ତାଙ୍କ ଗୁଣ ଗାନ

ସେ ଆପଣାର

      ଭୂମିଜା ଭଗ୍ନୀ ନାମ ।୧୬।    

ଗୁଣୁ ଗୁଣୁ ହୋଇ

       ଗାଇ ଉଠନ୍ତି

ବାଦ୍ୟ ସଙ୍ଗୀତେ

      ନାଚି ଉଠନ୍ତି

କଥା କହିବା

      ଧିର ପ୍ରକୃତି 

ଖୁସି ବାଣ୍ଟିବା ତାଙ୍କ ପ୍ରକୃତି ।୧୭।

ପ୍ରତିବର୍ଷେ ଆସେ

       ତାଙ୍କ ପୀରତି

ସଭିଙ୍କ ହୃଦୟେ

        ଅଲିଭା ବତୀ

ସେ ଆପଣାର

      ସ୍ୱାଗତିକା ନାନୀ ।୧୮।

ସବୁ କଥାରେ

     ହଁ ତାଙ୍କ ବାକ୍ୟ

ମନରେ ଅଛି

       ଅଲିଭା ଗଳ୍ପ 

କହିବାକୁ ମନ ଚାହେଁ

      କହିଦେଲେ କାଳେ

ଭୁଲ ହେବକି

    ଭାବି ମନେ ମନେ କହେ ।୧୯।

ତିଳକୁ ତାଳ କରିବା ଭାବ

      ଯୋଡିଛି ତାଙ୍କ ନାମ

ସେହି ତାଳରୁ ଅଲଗା ଯେ ନାନୀ

      ତିଳୋତ୍ତମା ତାଙ୍କ ନାମ ।୨୦।

ଉଚ୍ଚ ସ୍ୱରେ କେବେ

          ନିମ୍ନ ସ୍ୱରେ କେବେ

କହିବା ତାଙ୍କ ଭାବ

       ଗୀତ ଶୁଣିବା

ଗୀତ ଗାଇବା

      ଅଛି ଗୁପ୍ତ କାର୍ଯ୍ୟ ।୨୧।

ଏକ ତାଲିକା 

     ନାମେ ଯେ ଅଛି

ତାଙ୍କରି ନାମ ଯୋଡ଼ା

      ଓଡ଼ିଆ ସଙ୍ଗେ ବିଭିନ୍ନ ପାଠ୍ୟ

ହୋଇଛି ଏକ ଧାରା

       ସେ ଆପଣାର 

           ସୂଚିତା ଭଉଣୀ ।୨୨।

ଆୟୋଜନ କାର୍ଯ୍ୟେ

       ଭାରି ଧୁରିଣ

ନୃତ୍ୟେ ଯେ

      ପୁରା ମଳିନ

ଆବଭାବ ପୁରା

       ଚୁପୁଚାପିଆ 

କଥା ତାଙ୍କର

     ଭାରି ବଢିଆ ।୨୩।

ଉଜ୍ଜୟିନୀ ସିଏ ପୃଥିବୀ ରାଶି

        ସଭିଙ୍କୁ ଆଲୋକେ ଦିଏ ଲାଖି

ଜାଣିଛ କି କିଏ ?

   ସେ ଆପଣାର

        ରଶ୍ମି ନାନୀ ଯେ ।୨୪।

କଥା ତାଙ୍କ ଲାଗେ

     କଅଁଳ କଅଁଳ 

ହସ ତାଙ୍କ

     ନିରିମାଖି

ସଭିଙ୍କୁ ଆପଣା

      କରିବାର ଆଶା

ରହିଛି ତାଙ୍କ ପ୍ରକୃତି ।୨୫।

ଅନ୍ଧକାର କୁ ଯେ

         ଜାଳିଦିଏ ମନେ

ହୋଇଯାଏ ଏକ ଶିଖା

       ସେ ଶିଖା ଯେ ସଂସାର ଗଢ଼େ

ସେ ଆପଣାର ଦୀପା ।୨୬।

ସଂସାର ସଙ୍ଗେ ପାଠର ମୂଲ

        ଲାଗିଛି ଧାଡ଼ି ଧାଡ଼ି

ମାନିବାକୁ ହେବ 

        ମନ ପ୍ରକୃତି

ସେ ଆପଣାର ରେଣୁ ଦିଦି ।୨୭।


Rate this content
Log in