ପ୍ରିୟ ବାପା
ପ୍ରିୟ ବାପା
ବିଶାଳ ହୃଦୟ
ସମୁଦ୍ର ଗର୍ଭେ
ତୁମ୍ଭେ ରହିଅଛ ବାପା
ଚଲାପଥ ଧାରେ
ତୁମ୍ଭେ ଚାହିଁଅଛ
ହୋଇ ମୋର ଲକ୍ଷ୍ୟ ଧାରା
ଭାଙ୍ଗି ଗଲେ ମନ
ଦେଖାଅ ସପନ
ବୁଣିବାକୁ ନୂଆ ଆଶା
ପ୍ରତି ପ୍ରାଣ ଧାରେ
ତୁମ୍ଭେ ଚାଲିଆସ
ହୋଇ ମୋର ପ୍ରିୟ ବାପା
ସ୍ମୃତି ତୁମ୍ଭେ ମୋର
ପ୍ରତି ବର୍ଷ ଶେଷ
ଆଣେ ସେ
ଅଭୁଲା ଦିନ
କେମିତି ଭୁଲିବି
ଜାଣି ପାରେ ନାହିଁ
ଜାଣନ୍ତି ସେ ଭଗବାନ
ଘୃଣା ଠାରୁ ପ୍ରେମ
ଅଧିକ ମହାନ
ରହିଅଛି ଉଚ୍ଚସ୍ଥାନ
ପ୍ରତି ଯୁଗେ ତା'ର ରହିଅଛି
ଆପଣାର ଅବଦାନ
ମିଠା କଥା ତୁମ୍ଭ
ହସ ଭରା ମୁଖ
ଘେନି ଆସେ ମୋ ଚକ୍ଷେ
ଚକ୍ଷୁ ଧାର ମୋର ଭୁଲିଯାଏ
ଦୁନିଆର ଦୁଃଖ ସତେ
ତୁମ୍ଭେ କେବେ ନାହଁ
ଭାବି ନାହିଁ ମନେ
ରହିଅଛ ବୁକୁ ଧାରେ
ପ୍ରତିଟି ମଧ୍ୟେ
ସ୍ପର୍ଶ କରି ପାରେ
ଆପଣା ମଧ୍ୟେ ତୁମ୍ଭେ
ବିଗତ ର ସେହି
ଦୂର ଯାତ୍ରା ପଥ
ନାଚିଆସେ ମୋ ମନେ
ସେହି କ୍ଷଣ କୋହୋ
କେମିତି ମାରିବି
ଭାବି ପାରେ ନାହିଁ ମନେ
ଶରୀର ତୋ ତୁମ୍ଭ
ମାଟିରେ ମିଶିଛି
ଆତ୍ମା ତୋ ମରିନାହିଁ
ଜୀବନ୍ତ ଶାଶ୍ଵତ
ଅମୃତ ଆତ୍ମା
ବିଶ୍ଵ ଜୀବନ ତୋ ସେହି
ବିଧାତା ଦେଇଛି
ଦେଖିବାର ଶକ୍ତି
ନାହିଁ ମୋର ଅଭିମାନ
ଆପଣା ଲୋକଙ୍କୁ ଦେଖିପାରେ ମୁହିଁ
ଧନ୍ୟ ତୁମ୍ଭେ ଭଗବାନ
ହେଉ ଅବା ସୁଖ
ଅବା ସେ ଦୁଃଖ
ଚାଲିବାର ଅଛି ଅନେକ ବାଟ
ପ୍ରତି କ୍ଷଣ ତୁମ୍ଭେ
ଶକ୍ତ ଧାର ମୋର
ଜଗତ ର ଜଗନ୍ନାଥ
ତୁମ୍ଭେ ଜଗତ ର ଜଗନ୍ନାଥ