STORYMIRROR

Shibasheesh Naik

Abstract

2  

Shibasheesh Naik

Abstract

ପ୍ରିୟ ବାପା

ପ୍ରିୟ ବାପା

1 min
413

ବିଶାଳ ହୃଦୟ

       ସମୁଦ୍ର ଗର୍ଭେ 

ତୁମ୍ଭେ ରହିଅଛ ବାପା

ଚଲାପଥ ଧାରେ

      ତୁମ୍ଭେ ଚାହିଁଅଛ 

ହୋଇ ମୋର ଲକ୍ଷ୍ୟ ଧାରା

ଭାଙ୍ଗି ଗଲେ ମନ

         ଦେଖାଅ ସପନ

ବୁଣିବାକୁ ନୂଆ ଆଶା

        ପ୍ରତି ପ୍ରାଣ ଧାରେ

ତୁମ୍ଭେ ଚାଲିଆସ

       ହୋଇ ମୋର ପ୍ରିୟ ବାପା

ସ୍ମୃତି ତୁମ୍ଭେ ମୋର

        ପ୍ରତି ବର୍ଷ ଶେଷ

ଆଣେ ସେ

       ଅଭୁଲା ଦିନ

କେମିତି ଭୁଲିବି

      ଜାଣି ପାରେ ନାହିଁ

ଜାଣନ୍ତି ସେ ଭଗବାନ

ଘୃଣା ଠାରୁ ପ୍ରେମ

        ଅଧିକ ମହାନ

ରହିଅଛି ଉଚ୍ଚସ୍ଥାନ

      ପ୍ରତି ଯୁଗେ ତା'ର ରହିଅଛି

ଆପଣାର ଅବଦାନ

ମିଠା କଥା ତୁମ୍ଭ

       ହସ ଭରା ମୁଖ

ଘେନି ଆସେ ମୋ ଚକ୍ଷେ

     ଚକ୍ଷୁ ଧାର ମୋର ଭୁଲିଯାଏ

ଦୁନିଆର ଦୁଃଖ ସତେ

ତୁମ୍ଭେ କେବେ ନାହଁ

      ଭାବି ନାହିଁ ମନେ

ରହିଅଛ ବୁକୁ ଧାରେ

      ପ୍ରତିଟି ମଧ୍ୟେ

ସ୍ପର୍ଶ କରି ପାରେ

     ଆପଣା ମଧ୍ୟେ ତୁମ୍ଭେ

ବିଗତ ର ସେହି

     ଦୂର ଯାତ୍ରା ପଥ

ନାଚିଆସେ ମୋ ମନେ

     ସେହି କ୍ଷଣ କୋହୋ

କେମିତି ମାରିବି

     ଭାବି ପାରେ ନାହିଁ ମନେ

ଶରୀର ତୋ ତୁମ୍ଭ

       ମାଟିରେ ମିଶିଛି

ଆତ୍ମା ତୋ ମରିନାହିଁ

       ଜୀବନ୍ତ ଶାଶ୍ଵତ

ଅମୃତ ଆତ୍ମା

      ବିଶ୍ଵ ଜୀବନ ତୋ ସେହି

ବିଧାତା ଦେଇଛି

       ଦେଖିବାର ଶକ୍ତି

ନାହିଁ ମୋର ଅଭିମାନ

    ଆପଣା ଲୋକଙ୍କୁ ଦେଖିପାରେ ମୁହିଁ

ଧନ୍ୟ ତୁମ୍ଭେ ଭଗବାନ

ହେଉ ଅବା ସୁଖ

      ଅବା ସେ ଦୁଃଖ

ଚାଲିବାର ଅଛି ଅନେକ ବାଟ

    ପ୍ରତି କ୍ଷଣ ତୁମ୍ଭେ

ଶକ୍ତ ଧାର ମୋର

    ଜଗତ ର ଜଗନ୍ନାଥ

ତୁମ୍ଭେ ଜଗତ ର ଜଗନ୍ନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract