STORYMIRROR

Aishwarya Mishra

Children

4  

Aishwarya Mishra

Children

ପରିଜନ

ପରିଜନ

1 min
212

 ବିପଦେ ଆପଦେ ସଦା ରହିଥା'ନ୍ତି 

ଯିଏ ହୋଇ ଏକମନା

ଧନରେ ଜାଣିବୁ ନିଶ୍ଚିତ ଭାବରେ 

ସିଏ ତୋର ବନ୍ଧୁ ସିନା ,।


ବିପଦ ପଡିଲେ କେବେହେଲେ ଯିଏ

ହାତ ନ ଛାଡ଼ନ୍ତି ତୋର

ସମ୍ପଦ ସମୟେ ପ୍ରଭୁଙ୍କ ନିକଟେ

କରୁଥା'ନ୍ତି ନମସ୍କାର,।


ତୋ ଅଳି ଅଝଟ ସେନେହେ ମାନନ୍ତି

କୋଳେଇ ଧରନ୍ତି ତୋତେ

ଦୁଷ୍ଟାମି କରିଲେ କାନ ମୋଡ଼ି ତୋର

ଆକଟ କରନ୍ତି ତୋତେ ,।


ସୁଖେ ଦୁଃଖେ ସଦା ପାଖେ ପାଖେ ରହି

ଦେଉଥା'ନ୍ତି ଧୈର୍ଯ୍ୟ କେତେ

ସେହି ତୋର ବନ୍ଧୁ ସେ ତୋ' ପରିଜନ 

ଭଲ ସେ ପାଆନ୍ତି ତୋତେ ,।


ପରିଜନେ ସଦା କରିବୁ ଆଦର

ନ କରିବୁ ହେୟଜ୍ଞାନ 

ବଡ଼ଙ୍କୁ ସମ୍ମାନ ସାନଙ୍କୁ ସେନେହ

ଦେଉଥିବୁ ଗେହ୍ଳା ଧନ,।


ପିତା ମାତା ଆଉ ବନ୍ଧୁ ପରିଜନ

ଯହିଁ ସୁଖେ ଥା'ନ୍ତି ରହି

ସରଗ ସମାନ ଅଟେ ସେହି ଘର

ତାହାର ତୁଳନା ନାହିଁ,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children