STORYMIRROR

SARATA KUMAR DAS

Romance Others

4  

SARATA KUMAR DAS

Romance Others

ପ୍ରୀତିପୂର୍ଣ୍ଣା

ପ୍ରୀତିପୂର୍ଣ୍ଣା

1 min
235

ବର୍ଷା ଯେବେ ଆସି ବର୍ଷିଯାଏ ଥରେ

ତମ ଚୂର୍ଣ୍ଣ କବରୀରେ 

ମୋ ମନ ମଇନା ଗାଏ ସ୍ବାଗତିକା 

ପ୍ରୀତିର ମହ୍ଲାର ଝରେ  ।।

 ଫଗୁଣର ଫଗୁ ବୋଳିହୁଏ ଯେବେ

(ତମ)ଚମ୍ପା ରଙ୍ଗ ଗୋରା ଦେହେ

ବଉଳ ଫୁଲରୁ ବାସ୍ନା ଝରୁଥାଏ

କୁହୁ ସୁର ମନ ମୋହେ  ।।

ବସନ୍ତ ମଳୟ ଛୁଇଁଦିଏ ଯେବେ

(ତମ ) ମଧୁଝରା ଓଠ ଧାରେ

ପ୍ରୀତିର ଫଲଗୁ ବହେ କଳକଳ 

ସପ୍ତରଙ୍ଗ ସପ୍ତସୁରେ   ।। 

ଶୀତ ସକାଳର କଅଁଳ ଖରାରେ

ଚକମକ ମୁହଁ ଦିଶେ

ବେଳ ଗଡିଗଲେ ଅଳସୀ ସଂଜରେ  

ତମ ସ୍ମୃତି ଧୀରେ ଆସେ  ।।

ଜହ୍ନର ଜ୍ୟୋସ୍ନାରେ ଭିଜୁଥାଅ ଯେବେ

ତାରାଫୁଲ ହସୁଥାଏ 

ମୋ ଶୁଷ୍କ ହୃଦୟ ନିଷିଦ୍ଧ ଇଲାକା 

କୋଳାହଳେ ଭରିଯାଏ ।।

ଗ୍ରୀଷ୍ମ ଆକାଶରୁ ଝରେ ଯେବେ ନିଆଁ 

ଡହ ଡହ ବହେ ତାତି

ତମ ଶୀତଳ ସ୍ପର୍ଶର ମଧୁ ଶିହରଣେ 

ପ୍ରେମସିକ୍ତ ହୁଏ ଛାତି    ।।

ଦୂର ଚକ୍ରବାଳେ ହଜନ୍ତି ସୂରୁଜ  

ମାଡିଆସେ କାଳ ରାତି 

ତଥାପି କାହିଁକି ବହଳ ଅନ୍ଧାରେ

ଗାଏ ତମ ପ୍ରୀତି ଗୀତି   ।।

ତମେ ପ୍ରୀତିପୂର୍ଣ୍ଣା ପ୍ରୀତିରେ ଯେ ମଗ୍ନା 

ମୋ' ମନ ଅବ୍ୟକ୍ତ ଭାଷା 

ହୃଦୟର ମୋର ପ୍ରତିଟି ସ୍ପନ୍ଦନେ

ଝରୁଥାଅ ହୋଇ ବର୍ଷା  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance