ପ୍ରୀତି ପାର୍ବଣ
ପ୍ରୀତି ପାର୍ବଣ
ତୁମପ୍ରେମ ପଥେ ଫୁଲ ଫୁଟିଯାଏ
ଫଗୁଣ ବୋଳଇ ରଙ୍ଗ
ବର୍ଷା, ବଇଶାଖ, ଶରତ, ବସନ୍ତ
ଧରି ବସିଥାନ୍ତି ମଙ୍ଗ ।
ତୁମରି ମନର ଘଞ୍ଚ ଅରଣ୍ୟରେ
ଫୁଟେ ଅଭିମାନ ଫୁଲ
ତୁମରି ଦେହର ଚାରୁ ଚିତ୍ରପଟେ
ଯୌବନର କୋଳାହଳ ।
ନୀଳ ନିଶିଥର ନିରୋଳାରେ ତୁମେ
ଚୁପିଚୁପି କୁହ କଥା
ତୁମ ନୀଳଶାଢୀ ନୀଳ ପଣତରେ
ପୋଛିନିଅ ସବୁ ବ୍ୟଥା ।
ତୁମ ନାଲିନାଲି ଓଠରେ ଲୋ ସଖୀ
ଆଖି ମୋର ଯାଏ ଲାଖି
କେହି ଜାଣୁ ଅବା ନ ଜାଣିଲେ ନାହିଁ
ମୁଁ ନିଜେ ମୋର ସାକ୍ଷୀ ।

