ପ୍ରୀତି ଜୀହ୍ନବୀ
ପ୍ରୀତି ଜୀହ୍ନବୀ
ପ୍ରୀତିର ମହକେ ମହକି ଯାଉଛି
ଆଜି ସସାଗର ଧରା
ଅନ୍ତହୀନ ତୁମ ପ୍ରୀତିର ଜାହ୍ନବୀ
କରେ ମୋତେ ଆତ୍ମହରା I
ହଳଦୀ ବସନ୍ତ ହଳଦୀ ରଙ୍ଗରେ
ସଜାଇଛ ତୁମ ଦେହ
ଭୃଲତା ତୁମର ଇନ୍ଦ୍ରଧନୁ ଟିଏ
ଓଠ ନାଲି ଟହ ଟହ I
ମଥାରେ ତୁମର ଲହଡି ଭାଙ୍ଗୁଛି
ଅନ୍ଧାର ରାତିର କଳା
ତୀର୍ଯ୍ୟକ ଚାହାଣୀ ମରମ ଦହୁଛି
ଆଖି ତୁମ ମଧୁଶାଳା I
ତୁମ ପାଖେ ସଖୀ ପାଇବା ହାରିବା
ହିସାବ ମୁଁ କରିନାହିଁ
ଅଭିମାନ ସବୁ ଛାତିରେ ସାଇତି
ତୁମକୁ ରହିଛି ଚାହିଁ I

