Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

3  

Alekha Pasad Moharana

Inspirational

ପରିବର୍ତ୍ତନ...

ପରିବର୍ତ୍ତନ...

1 min
195



ପରିବର୍ତ୍ତନ ଆସେ ଧରାରେ

ବିପ୍ଳବ ବିପତ୍ତି ଶେଷେ

ସନ୍ଧି ମୁହୁର୍ତ୍ତ ଚେତନା ସିକ୍ତ

ଘଡିର ସଂଯୋଗ ବଶେ।


ମନ ଭାବନା ଚିନ୍ତା ଚେତନା

ବଦଳି ବଦଳି ଯାଏ

ମାନବ ହୃଦେ ନୂତନ ଛନ୍ଦେ

ଆଶାର ସୁରୁଜ ଉଏଁ ।


ସମାଜ ନୀତି ବିକୃତ ରୀତି

ସୁଧୁରି ଯାଏ ମରତେ

ଜୀବନ ଗତି ପ୍ରେମ ପୀରତି

ରଙ୍ଗ ବଦଳାଏ କେତେ ।


ବିକାଶ ସୂର୍ଯ୍ୟ ପୂରୁବ ଦିଗେ

ଉଦୟ ହୁଏ ଦେଶେ

ସାମ୍ୟବାଦର ଡିଣ୍ଡିମ ବାଜେ

ଜୀବନବାଦ ହସେ ।


ସମୟ ଖେଳେ ଅଦ୍ଭୁତ ଖେଳ

ସ୍ଥାଣୁତା ହୁଏ ଶେଷ

ବଦଳି ଯାଏ ନୀତି ଆଦର୍ଶ

ଚଳଣି ଓ ପରିବେଶ ।


ସୁଖବି ଆସେ ଦୁଃଖ ବି ଆସେ

ବଦଳେ ତ ପରିସ୍ଥିତି

ରୋଗ ବି ଆସେ ଭୋଗ ବି ଆସେ

ମାନବ ଭୁଂଜଇ ନିତି।


କାଳର ବଳେ ସଂସାର ଚଳେ

ସଭିଏଁ କାଳ ଅଧିନ

ଜଗତନାଥ ଇଙ୍ଗିତ ସ୍ପର୍ଶ

ଆଣଇଁ ପରିବର୍ତ୍ତନ ।


Rate this content
Log in

Similar oriya poem from Inspirational