STORYMIRROR

Biswajit Sahoo

Classics Others

4  

Biswajit Sahoo

Classics Others

ପରିବାର

ପରିବାର

1 min
405


ଶିଶୁଟିଏ ହୋଇ ପାଦ ରଖିଥିଲି,

ସୁନ୍ଦର ଏ ସଂସାରରେ,

କେତେ ହସଖୁସି କେତେ ସ୍ନେହଶ୍ରଦ୍ଧା,

ଭରିଗଲା ଜୀବନରେ।


କେମିତି କହିବି କେମିତି ଲେଖିବି,

କିଛି ଭାବି ପାରୁନାହିଁ,

ମନର କୋହରେ କେତେ ଆବେଗରେ,

ହଜି ଯାଇଅଛି ମୁହିଁ।


'ବାପା' ବୋଲି ଯେଉଁ ଦୁଇଟି ଅକ୍ଷର,

ବର୍ଣ୍ଣିବାକୁ ନାହିଁ ଶକ୍ତି,

'ବାୟୁ' ଏବଂ 'ପାଣି' ସେଥିରୁ ଉତ୍ପନ୍ନ,

ସାରା ବିଶ୍ବେ ପରିବ୍ୟାପ୍ତି।


ଏତେ ବ୍ୟାପକତା ତାଙ୍କ ଠାରେ ଅଛି,

ଜୀଅନ୍ତା ଦେବତା ସିଏ,

ଉପରୁ କଠିନ ଅନ୍ତରୁ ନରମ,

ଏପରି ପ୍ରତିମା ଟିଏ।


ମାଆର ମମତା ମାପିବା ପାଇଁକି,

ସାହିତ୍ୟରେ ଶବ୍ଦ ନାହିଁ,

ପିଲାଙ୍କର ହସ ଦେଖି ହୁଏ ଖୁସି,

ସବୁ ଦୁଃଖ ସହିଯାଇ।


ଜନ୍ମ ପରଠାରୁ ଆଜି ଯାଏ ମୋତେ,

ଦେଇ ଅଛି କେତେ ସ୍ନେହ,

ଗୋଟିଏ ଦିନରେ ଏତେ ସବୁ କଥା,

କେମିତି କହିବି କୁହ।


ଅତି ଆପଣାର ଭଉଣୀ ମୁହଁରୁ,

ଯେବେ ଶୁଣେ ଭାଇ ଡାକ,

ଗୋଟିଏ କ୍ଷଣରେ ମିଳିଯାଏ ମୋତେ,

ସଂସାରର ସବୁ ସୁଖ।


ଜୀବନ ରାସ୍ତାରେ ସଂସାରର ରଥ,

ଏହିପରି ଚାଲିଥାଉ,

ସବୁଠୁ ସୁନ୍ଦର 'ପରିବାର' ମୋର,

ସବୁବେଳେ ହସୁଥାଉ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics