Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KSHIRADRI SAHU

Inspirational Others Children

4  

KSHIRADRI SAHU

Inspirational Others Children

ପରିବାର

ପରିବାର

1 min
342



ମଣିଷ ଜୀବନ   ଦୁର୍ଲ୍ଲଭ ଅଟଇ 

    ପଢି ଲେଖି ବୁଝିପାରେ 

    ବୁଦ୍ଧି ବିବେକକୁ   କାମରେ ଲଗାଇ 

       ସଂସାରକୁ ଗଢ଼ିପାରେ l


ଦେଶର ଏକକ   ଅଟେ ପରିବାର 

    ପରିବାର ମିଶି ଗ୍ରାମ 

    ଗ୍ରାମ ମିଶିକରି   ହୁଏ ପଂଚାୟତ 

       ପଂଚାୟତ ମିଶି ବ୍ଲକ l


ପରିବାର ଲୋକେ  ପରସ୍ପର ମଧ୍ୟେ 

   ସ୍ନେହର ଡୋରରେ ଗୁନ୍ଥା 

   ମାନ ଅଭିମାନ   ରହେନି ମନରେ 

     ବିଶ୍ୱାସେ ସମସ୍ତେ ବନ୍ଧା l


ଭାଇ ଭଉଣୀର  ଖେଳ କୁଦ ନାଚେ 

    ଖୁସିରେ ଘରଟି ଉଛୁଳେ 

    ପରସ୍ପର ସ୍ନେହ   ମମତା ପ୍ରେମରେ 

        ସ୍ୱର୍ଗର ଆନନ୍ଦ ମିଳେ l


ଲଘୁ ପରିବାରେ   ଗୁରୁଜନ ଠାରୁ 

  କର୍ତ୍ତବ୍ୟ ବୋଧଟି ଶିଖେ 

  ବଡ଼ ହୋଇ ପୁଣି   ସଭିଙ୍କୁ ସାଥିରେ 

      ମମତା ରଜୁରେ ରଖେ l


ବନ୍ଧୁ ପରିଜନ   ପର୍ବରେ ମିଳନ 

    ପିଠା ପଣା ମିଠା ଭାସେ 

    ନାହିଁ ଦ୍ୱେଷ ଈର୍ଷା  ସହାନୁଭୂତିରେ 

        ହସେ ଆନନ୍ଦ ଉଲ୍ଲାସେ l


ଦାଦା ବଡ଼ ବାପା  ବାପାର ମଧ୍ୟରେ 

     ସଦଭାବନା ମଧୁର 

     ସର୍ବେ ଏକ ହୋଇ  ଜଡିତ କର୍ମରେ 

         ଲାଗେ ଅପୂର୍ବ ସୁନ୍ଦର l


କୌଳିକ ବୃତ୍ତିକୁ  ଆପଣା କରିକି 

    ଚଳେ ସବୁ ପରିବାର 

    ନାହିଁ ସ୍ୱାର୍ଥପର   ପରଶ୍ରୀକାତର 

        ଗୁରୁତ୍ୱ ବୁଝେ ନିଜର l


ଶିଶୁ ବୃଦ୍ଧ ବ୍ୟକ୍ତି   ସେବାରେ ସମସ୍ତେ    

      ନିଜକୁ ଉତ୍ସର୍ଗ କରେ                                 

ପରିବାରେ  ସର୍ବେ  ଏକତ୍ବ ଭାବରେ 

           ମିଳିମିଶି କାମ କରେ l


ନାହିଁ ପର ଚିନ୍ତା  ନିନ୍ଦା ଘୃଣା ଭାବ 

    ସାହାଯ୍ୟ କରେ ପରକୁ 

    ପରକୁ ଆପଣା  କରିବାର କଥା 

       ପିଲା ଶିଖେ ପରିବାରୁ l


ଦେଶର ପ୍ରଗତି ରାଜ୍ୟର ଉନ୍ନତି 

  ପରିବାରେ ସଂଗଠିତ 

  ଅସୀମ ଶକତି   ରହିଛି ପୂରିତ 

    ପରିବାରେ ଲୁକାୟୀତ l


କର୍ମରେ ଆଶ୍ରିତ  ହେଲେ ସବୁ ବ୍ୟକ୍ତି 

   ଦେଶତ ଆଗେଇଯିବ 

   କର୍ମ ବିନା ନର ହୁଅଇ ଜଡ଼ତ 

      ଅନ୍ୟ ହାତ ଚାହୁଁଥିବ ।


Rate this content
Log in