STORYMIRROR

pranati Mahapatra

Action

2  

pranati Mahapatra

Action

ପ୍ରହସନ

ପ୍ରହସନ

1 min
92


ଫୁଙ୍ଗୁଳା ଦେହ,ନୁଖୁରା ମୁଣ୍ଡ

ପେଟ ଯାଇ ଲାଗେ ପିଠିରେ,

ଅସ୍ଥି ପଞ୍ଜରା ସ୍ପଷ୍ଟ ଗଣିହୁଏ

ଜରି ବସ୍ତା ଥାଏ ହାତରେ।

ସେ ଆଉ କେହି ନୁହେଁରେ

ଜରିଗୋଟାଳି ଝିଅଟିଏରେ।


ରାସ୍ତା କଡ଼ର ଝୁମ୍ପୁଡି ବସ୍ତି

ଝାଟିମାଟିର ଜରିପାଲ ଆବଦ୍ଧିତ,

ବସ୍ତା ବସ୍ତା ଛିଡ଼ା ଜରି ବସ୍ତା

ଶେଷ ସମ୍ବଳ ତା'ର।

ବହଳେ ବହଳେ ଧୂଳି ଧୂସରିତ ପାଦ

ଲମ୍ବା ଲମ୍ବା ପାହୁଣ୍ଡ ପକାଇ

ଧାଇଁ ଯାଏ ସାଉଁଟିବାକୁ।


ପହଞ୍ଚି ପାରିନାହିଁ ସେମାନଙ୍କ ପାଖରେ

ପାଞ୍ଚଟଙ୍କିଆ ଡାଲମାଭାତ କି

ଟଙ୍କିକିଆ ଗହମ ଚାଉଳର ପରିଚୟପତ୍ର

ଦିନସାରା ଜରିଗୋଟାଳି

ଦଶକୋଡିଏର ମାଲିକ।

ମାଣ୍ଡିଆ ଜାଉ ଅବା ପେଜଭାତ ଲଙ୍କାଲୁଣ।

ପୁଣି ରାତି ପାହିଲେ

ପୁନଃ ମୁସିକ ଭବ ନିତି।


ଆଜି ସହରରୁ ବାବୁମାନେ ଆସିଛନ୍ତି

ନୂଆ ଜାମାପେଣ୍ଟ,ବିସ୍କୁଟ, ଚକୋଲେଟ

ହାତରେ ଦେଇ, ପାଖରେ ଠିଆହୋଇ

କେତେ କଣ ଫଟୋ ଉଠେଇଲେ।

ଆଉ କହିଲେ ସବୁ ବର୍ଷ ଏଇଦିନ ପାଳିବା

ଜରିଗୋଟାଳି ଝିଅର ଜନ୍ମଦିନ।

କୃତ୍ୟ କୃତ୍ୟ ଝିଅଟି

ପରୋକ୍ଷରେ ଅନ୍ତରାତ୍ମା କହୁଥାଏ

ବାଃ ରେ କି ସୁନ୍ଦର ପ୍ରହସନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action