STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ପ୍ରହେଳିକା!

ପ୍ରହେଳିକା!

1 min
7


ମୁଁ ବୁଝିପାରୁନି କାରଣ ଗୁଡାକୁ 

ଏ ସବୁ ଏକ ପ୍ରହେଳିକା ନୁହେଁ ତ 

ବା ଢାଙ୍କି ହୋଇ ରହିଥିବା ଏକ ଆବରଣ 

କ୍ଵଚିତ କେହି ତ ବୁଝୁ, ଦେଖୁ 

ଅମାନିଆ ମୋ ହୃଦୟ ତ ତା ବାଟ ଭୁଲିଛି 

ଆଉ ଡେଣା ମେଲି କଳା ମେଘରେ ଘୁରିବୁଲୁଛି 

ଯୋଉଠିକି ଯାଉଛି 

ସେ ଜାଣିନି ସେ ତା ଠିକଣା କି ନୁହେଁ 

ଜୀବନ ରେ ଯାହାବି ଆସୁ 

ସବୁ ପ୍ରତିବନ୍ଧ କୁ ସାମନା କରିବାଟା 

ହୁଏ ତ ଜୀବନ ର ପରିଭାଷା 

ମନ ବୁଝୁ କି ନ ବୁଝୁ 

ମତେ ଖୋଜିବାକୁ ପଡିବ ଦୁଃଖ ଭିତରେ ସୁଖକୁ 

କାରଣ ଏଠି ସବୁ ପ୍ରହେଳିକା ର

ଆବରଣ ଢାଙ୍କିଛି ମୋ ଆଖି ଦୁଇଟା କୁ!




Rate this content
Log in

Similar oriya poem from Romance