ପ୍ରଗତି
ପ୍ରଗତି


ଧନୀ ଉଚ୍ଚ ବର୍ଗ ଅର୍ଥରେ ସାମର୍ଥ୍ୟ
ସୁଲଭ ତା ଚଉବର୍ଗ
ଜୀବନ ତାଙ୍କର ପ୍ରାଚୂର୍ଯ୍ୟରେ ଭରା
ପୂର୍ତ୍ତ କାମ ସୁଖ ସ୍ୱର୍ଗ ।
ଉଚ୍ଚ ବହୁତଳ ସୁଦୃଶ୍ୟ ପ୍ରାସାଦ
ଧନରତ୍ନ ଭରପୂର
ଜମା ଅର୍ଥ ରାଶି ଭଳି ଭଳି ଯାନ
ସମ୍ପତ୍ତି ଚଳ ଅଚଳ ।
ତା ସୁଖ ସମୃଦ୍ଧି ସୁରକ୍ଷ ଭବିଷ୍ୟ
ଅଖଣ୍ଡ ଅଟେ ପ୍ରଭାବ
ପ୍ରଚ୍ଛନ୍ନ ବା ଦୃଶ୍ୟେ ତାଙ୍କରି ଇଙ୍ଗିତେ
ନିୟନ୍ତ୍ରିତ ସ୍ୱ।ର୍ଥ ସର୍ବ ।
ନିମ୍ନ ବର୍ଗ ସଂଖ୍ୟା ଅଟେ ସର୍ବାଧିକ
ରାହାସାହା ପରିଶ୍ରମ
ପେଟ ଚାଖଣ୍ଡକ ପୋଷଣ ନିମନ୍ତେ
ଭେଦ ନାହିଁ ରାତି ଦିନ ।
ଶ୍ରମ ବାହୁ ବଳ ସମ୍ବଳ ତାହାର
ଅସୁରକ୍ଷ ବର୍ତ୍ତମାନ
ଦେଶ ଦେଶାନ୍ତର ଆବାସ ପ୍ରବାସ
କର୍ମେ ତାର ନିୟୋଜନ ।
ଆତ୍ମ ପରିଚୟ ସ୍ୱତନ୍ତ୍ର ସମ୍ମାନ
ଭାଗ୍ୟ ପ୍ରାପ୍ତି ଉଚ୍
ଚ ଲକ୍ଷ୍ୟ
ଅଭାବ କଷଣେ ବୁଝିତ ହୁଏନା
ଭଲ ମନ୍ଦ ମିଛ ସତ ।
ମିଳିଗଲେ ଅଳ୍ପ ମିଛ ଆହା ପଦ
ଭଳିଯାଏ ତାର ମନ
ଉପୁଯିଲେ ବାଧା ତାର ସ୍ୱ।ର୍ଥ ସୁଖେ
କ୍ଷୁବ୍ଧ ସେ ପ୍ରଜ୍ଜ୍ୱଳମାନ ।
ଆଶା ଓ ସପନେ ହୁଏ ଉବୁଟୁବୁ
ସମାଜେ ବର୍ଗ ମଧ୍ୟମ
ତାର ଚଉପାଶେ ଲକ୍ଷ୍ମଣର ରେଖା
ସୀମିତ ତାର ସାଧନ ।
ସନ୍ତୁଳିତ ସିଏ ପାପ ପୂଣ୍ୟ ମଧ୍ୟେ
ସଜଗ ତା ଉଚ୍ଚାକାଂକ୍ଷା
ସକ୍ରିୟ କରମ ବୈ।ଦ୍ଧିକ ପ୍ରୟୋଗ
ପରାକ୍ରମ ପରାକାଷ୍ଠା ।
ଜୀବନ ସଂଗ୍ରାମେ ନିତ୍ୟ ଚାପଗ୍ରସ୍ତ
ଅପ୍ରମିତ ବୁଦ୍ଧି ଜ୍ଞାନ
ନ ପାଏ ତା ହସ୍ତ ଧନମାନ ଚନ୍ଦ୍ରେ
ସର୍ବଦା ସିଏ ବାମନ ।
ସୁଷମ ବିକାଶ ସୁବୋଧ ସୁକ୍ରମ
ସମନ୍ୱିତ ନ୍ୟାୟ ନୀତି
ସୁଯୋଗ୍ୟ ସ୍ୱସ୍ତିକ ସ୍ଥିତି ସୁସଂହତ
ଲାଭ ସମାଜ ପ୍ରଗତି ।
--------------------------