ପ୍ରେୟସୀ
ପ୍ରେୟସୀ
ଗୋଟିଏ ଅଜଣା ସହରର ପ୍ରେୟସୀ ସିଏ
ମନକୁ ଅପୂର୍ବ ଆନନ୍ଦର ଅନୁଭୂତି ଦିଏ
ମଣିଷ ନିଜକୁ ଭୁଲି ଭୁଲି ଯାଏ
ଯେବେ ଯେବେ ସେ ମନକୁ ଛୁଏଁ।
ପ୍ରେୟସୀ ଗୋ ତୁମ ରୂପ ଲାବଣ୍ୟେ
ହଜାରେ ପଦୁଅଁ ଫୁଟଇ ଯେହ୍ନେ
ହସ ତୁମର ଚୋରା ପିରତି ମଧୁବନେ
ପ୍ରେମରେ ପ୍ରଗଳ୍ଭ ପରାଏ ବାସନା ଆଗମନେ।
ଚାନ୍ଦରୁ ପରୀଟିଏ ଓହ୍ଲାଇ ଆସନ୍ତେ
ମୃଦୁ ମୃଦୁ କଥା ବସନ୍ତେ ମଳୟ ଯେମନ୍ତେ
ତାହାରି ପରଶେ ଲାଗଇ ଶୀତରେ ସୁପ୍ତି
ଭୁଲିଯାଏ ଆପଣାକୁ ଯିଏ ପାଏ ଆତ୍ମତୃପ୍ତି।