STORYMIRROR

kahnu charan sahu

Abstract

2  

kahnu charan sahu

Abstract

ପ୍ରେୟସୀ

ପ୍ରେୟସୀ

1 min
2.8K

ଜୀବନର ଚଲାପଥରେ

ଚାଲିଥିଲି ଏକା ଏକା

ଦିନେ ଅଜଣା ଅତିଥି ସହ

ହୋଇଗଲା ଦେଖା


ନିଜର ଲାଗିଲେ

ଅପରିଚିତା ରୁ

ପରିଚୟ ଦେଲେ

ନିଜର କଲେ

ଖୁବ ଭଲ ପାଇଲେ


ମାଆଙ୍କ ସମ ସ୍ନେହ ମମତା

ବାପାଙ୍କ ପରି ଦେଲେ ଶିକ୍ଷା

ଭଗିନୀ ପରି କୋଳେଇନେଲେ


ଅନେକ କିଛି ବୁଝିଲେ

ମୋ ଭିତରେ ଥିବା

ଅନ୍ତର୍ନିହିତ ଶକ୍ତି କୁ ଜାଗ୍ରତ କଲେ

ମୋତେ ସର୍ବସ୍ବ କରିନେଲେ


ମୋ ସହ ହସିଲେ

ମୋ ସହ କାନ୍ଦିଲେ

ମୋ ଦୁଃଖକୁ ନିଜର କଲେ

ଆସୁଥିବା ଅନେକ ଅସୁବିଧାର

ସାମ୍ନା କରିବାର ସାହାସ ଦେଲେ


ଖୁବ ହସେଇଲେ

ଖୁସିରେ ଦୁଃଖରେ

ଅନୁଭବର ଆବିଳତାରେ

ପ୍ରେମର ବର୍ଷାରେ

ପ୍ରୀତିର ଛିଟାରେ

ରାତିର ଉଷ୍ମତାରେ

ବାହୁ ଯୁଗଳରେ

ଓଠର ପରିସୀମାରେ


ସେ ଆଉ କିଏ ନୁହଁ

ପ୍ରେୟସୀ ମୋର

ମୋ ସୁଖ ଦୁଃଖର

କିରଣ ଆଗାମୀ ଭବିଷ୍ୟତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract