ପ୍ରେୟସୀ ପ୍ରଶ୍ନର
ପ୍ରେୟସୀ ପ୍ରଶ୍ନର
ପଶ୍ଚିମ ଆକାଶେ , ବୁଡ଼ି ନାହିଁ ରବି,
ସେଦିନ ଶାରଦ ସନ୍ଧ୍ୟାରେ ,
ସତେକି କିଏ ସେ , ଅପରୂପା ଛବି
ଆଙ୍କିଛି କନକ ଆଭାରେ
ପବନରେ ଥିଲା ,ଶସ୍ଯର ବାସନା
ପକ୍ଷୀ କୂଜନ ତା ସାଥିରେ
ଫୁଟି ଉଠୁଥିଲା , ଜହ୍ନି ଫୁଲ ସିନା
ପ୍ରେୟସୀ ଥିଲା ମୋ କତିରେ ।
କହିଲା ସେ ଧୀରେ , ମୁହଁକୁ ମୋ ଚାହିଁ
ଓଠେ ସ୍ମିତ ହସ ହସିକି
ଏଇ ମୂହୁର୍ତ୍ତରେ, ତୁମ କୋଳେ ଶୋଇ
ବୁଜି ଦିଅନ୍ତି ମୋ ଆଖିକି ।
ଆଉ ନ ଖୋଲନ୍ତା ଚିର ନିଦ୍ରା ଆଖି
କେମିତି ଲାଗନ୍ତା ତୁମକୁ ?
କି କରନ୍ତ ଚିନ୍ତା କେତେ ହେବ ଦୁଃଖି
ମନେ ପକାଇ ଏ ପ୍ରେମକୁ ? ।
କହିଲି, ତୁମର ଅନୁପସ୍ଥିତିରେ
ଚିର ଦିନ ସ୍ବପ୍ନ ଦେଖି
କରୁଣ ଝଙ୍କାର , ବୋଲନ୍ତି ଗୀତିରେ
ଲୁହେ କୋଟି କାବ୍ୟ ଲେଖି ।