STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ପ୍ରେତତ୍ମା ଓ କୋଠି

ପ୍ରେତତ୍ମା ଓ କୋଠି

1 min
151

ପାହାଡ଼ ଉପରେ ରାଜମହଲଟି

କାହିଁ କେଉଁ କାଳୁ ଅଛି,

ନିଃଶଦ୍ଦ ରାତ୍ରିରେ ଅମା ଅନ୍ଧକାରେ

ଅଟ୍ଟହାସ୍ୟ ଶୁଭୁଅଛି।।

ସନ୍ଧ୍ୟା ହୋଇଗଲେ କାନ୍ଦଣା ନାରୀର

ଶୁଭେ କାଳେ ଏହି ସ୍ଥାନ,

ସେ ନାରୀ କାନ୍ଦଣା ଶୁଣିଛନ୍ତି ଜନେ

ଗଭୀର ରାତ୍ରରେ ପୁଣ।।

ପାଉଁଜିର ଶବ୍ଦ ହୁଏ ଋଣୁଝୁଣ

ଅର୍ଦ୍ଧରାତ୍ର ଯେବେ ହୁଏ,

ଗୋଲାପ ଫୁଲର କେତୋଟି ପାଖୁଡା

ସେହିଠାରେ ପଡିଥାଏ।।

ପ୍ରକାଣ୍ଡ ବରଗଛଟିଏ ରହିଛି

କୋଠା ଠାରୁ ଅଳ୍ପ ଦୂରେ,

ସେ ବରଗଛଟି ପ୍ରେତମାନଙ୍କର

ନିବାସ ଜନ ମୁଖରେ।।

ଗୁଣିଆ ମାନଙ୍କ ତାମସିକ ପୂଜା

ଗଛମୂଳେ ହୋଇଥାଏ,

କେତେ ପରକାର ଧୂପର ବାସ୍ନାରେ

ସ୍ଥାନଟି ମହକି ଯାଏ।।

ଭୟାତୁର ଏହି ପରିବେଶଟିକୁ

ଯାଆନ୍ତିନି କେବେ କେହି,

କାଠ ଆଣିବାକୁ ପାହାଡକୁ ଗଲେ

ସନ୍ଧ୍ୟା ପୂର୍ବରୁ ଫେରଇ।।

ଆଖ ପାଖେ ଥିବା ଗାଁ ଲୋକମାନେ

ଦେଖିଛନ୍ତି କେତେଥର,

ମଧ୍ୟରାତ୍ର ହେଲେ ଆଲୁଆର ମାଳା

ଦିଶୁଥାଏ ଏହି ସ୍ଥଳ।।

ଆଧୁନିକ ଯୁଗେ ଭୂତ ପ୍ରେତକଥା

ବିଶ୍ୱାସ ଯୋଗ୍ୟ ନୁହଁଇ

ପୁରାଣରେ କିନ୍ତୁ ଭୂତ ପ୍ରେତ କଥା

ରହିଛି ବର୍ଣ୍ଣନା ହୋଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract