Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Horror Thriller

3  

ବୀରେନ୍ କୁମାର ବେହେରା

Horror Thriller

ପ୍ରେତାତ୍ମାକୁ କିଆଁ ଭୟ ?

ପ୍ରେତାତ୍ମାକୁ କିଆଁ ଭୟ ?

1 min
184


ସଜୀବ ଆତ୍ମାଟି ମରିଗଲା ପରେ,

ନିଏ ପ୍ରେତାତ୍ମାର ରୂପ ।

ସେହି ପ୍ରେତାତ୍ମାଟି ବିଭିନ୍ନ ରୂପରେ,

ଦେଖାଏ ତାହାର କୋପ ।।

ବେଳେବେଳେ ସିଏ ଅନ୍ୟ ଆତ୍ମା ପରେ,

ଆସିକି ସବାର ହୁଏ ।

ନିଜ ଇଛା ସବୁ ସର୍ବ ସମ୍ମୁଖରେ,

ତ୍ୱରିତ ଓଗାଳି ଦିଏ ।।

ସେହି ପ୍ରତାତ୍ମାର ସବାର ରୂପଟା,

ଆମକୁ ଚକିତ କରେ ।

ଗୁପ୍ତ ତଥ୍ୟ ସବୁ ହୁଅଇ ବାହାର,

ମନରେ ସନ୍ଦେହ ଭରେ ।।

ଏହି ପ୍ରେତାତ୍ମାଟି ବାସ କରିଥାଏ,

ପରିତ୍ୟକ୍ତ କୋଠି ଦେଖି ।

ସେପରି କୋଠିରେ ପଶିଗଲେ ଏକା,

ତଣ୍ଟି ପରା ଯାଏ ଶୁଖି ।।

ଆମେ ଯଦି ତାକୁ ନକରିବା ଭୟ,

କରିବ ନାହିଁ ସେ କିଛି ।

ପ୍ରେତାତ୍ମାର ପରା ଜୀବନ ନାହିଁ,

ପୋଥି ପୁରାଣରେ ଅଛି ।।

ପ୍ରେତାତ୍ମା ଶବ୍ଦକୁ ମନୁ ପୋଛି ଦେଇ,

ନିଜ କାର୍ଯ୍ୟେ ଦିଅ ଲୟ ।

ମୃତ ଆତ୍ମା ଆମ ନ କରିବ କ୍ଷତି,

ପ୍ରେତାତ୍ମାକୁ କିଆଁ ଭୟ ?


Rate this content
Log in

Similar oriya poem from Horror