ପ୍ରେତାତ୍ମା ଓ କୋଠି
ପ୍ରେତାତ୍ମା ଓ କୋଠି
ଲାଲ କୋଠି ର ଲେଲିହାନ ଶିଖା
ହାତ ଠାରି କହୁଛି ମୋତେ
ଜୀବନ କୁ ବଞ୍ଚାଇ ବାକୁ ହେବ
କୋଠି ରେ ଶୁଭୁ ଥିବା ଆର୍ତ୍ତ ଚିତ୍କାର
ଆଉ କିଛି ନୁହେଁ ସିଏ
ସେ ତ ଗୋଟିଏ ପ୍ରେତାତ୍ମା ର
କରୁଣ ଚିତ୍କାରର ଶବ୍ଦ
ଯାହା ସେଇ କୋଠି ରେ ରହିଛି
ତାର ଅତୃପ୍ତ ଆତ୍ମା
କଷ୍ଟ ଭିତରେ ବଂଚିଛି ତାର ଆତ୍ମା
ମଝିରେ ମଝିରେ ରଡି ଦେଉଛି
କହୁଛି ତାର ମୃତ୍ୟୁ ର ରହସ୍ୟ ।।
ଜୀବନ୍ତ ଶରୀରକୁ ଖିନ ଭିନ
କରି ମାଟିରେ ମିଶାଇ ଦେଇ ଥିବା
ନର ରାକ୍ଷସ ମାନଙ୍କ କବଳରୁ
ନିଜକୁ ବଞ୍ଚାଇ ପାରି ନ ଥିବା
ସେହି ନିରୀହ ବାଳିକା
ପ୍ରେତାତ୍ମା ସାଜି ଘୁରି ବୁଲୁଚି
ଆଉ ସେ ନର ରାକ୍ଷସ ମାନଙ୍କୁ
ଖୋଜି ବୁଲୁଚି ରାତ୍ରି ଆସିଲେ
ପ୍ରତିଶୋଧ ର ନିଆଁ ତା ଆଖିରେ
ଜଳୁଛି, ଜଳୁଛି ତା ଅବଶ ଶରୀର ।।
