Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sangeeta Barik

Inspirational

3  

Sangeeta Barik

Inspirational

ପ୍ରେରଣା

ପ୍ରେରଣା

1 min
148


   

କାଳିଆ କରୁଣା ଅଟେ ମୋ ପ୍ରେରଣା

ଲେଖଗବାକୁ ଦୁଇପଦ,

ତା ନାମ ସୁମରି ମାଗୁଣି କରିଲେ

ଝରିଆସେ ଆପେ ଶବ୍ଦ ।

ଭାବନା ରାଇଜେ ପ୍ରବେଶିବା ପୂର୍ବୁ

ଭାବିଥାଏ ତାଙ୍କୁ ଚିତ୍ତେ,

ଭାବଧାରା ମୋର ବହେ ଝରଝର

ଯେବେ ଥାଏ ସିଏ ସାଥେ ।

ସୁନୀଳ ଗଗନ ସବୁଜ ଅରଣ୍ୟ

ତଟିନୀ ପର୍ବତ ମାଳା,

ପ୍ରେରଣାର ଉତ୍ସ ଦିଅନ୍ତି ସନ୍ତୋଷ

ମନରେ ଶବଦ ଭେଳା ।

କୁନି ପିଲାଟିର ମଧୁର ହସରୁ

ଯେବେ ଝରିପଡେ ମଧୁ,

ହୄଦୟକୁ ଛୁଇଁ ପ୍ରେରଣା ସାଜଇ

ଲେଖନୀ ହୁଏ ମୋ ବନ୍ଧୁ ।

    


Rate this content
Log in