Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Romance

4  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
271


ଦୂର ରାଇଜରେ ରହିଲି

         ମୁହିଁ ତୁମକୁ ଛାଡ଼ି ,

ତୁମ କଥା ମନେ ପଡ଼ିଲେ 

         ମଥା ଯାଏ ବିଗିଡ଼ି ।


ଦୁର୍ଭାବନା ସବୁ ମନରେ

         ଆସି କଲେଣି ଘର ,

ଈଶ୍ବରଙ୍କୁ ନିତି ଡାକୁଛି 

         ଏଥୁ ଉଦ୍ଧାର କର ।


ତୁମରି ସହିତ ମିଳନେ

         ଯେଉଁ ଆନନ୍ଦ ଲଭେ ,

ପାଇବି କି ନାହିଁ ଜୀବନେ

        ଆଉ ମନେ ମୁଁ ଭାବେ ।


ତୁମ ଗଣ୍ଡଦେଶେ ଚୁମ୍ବନ

         ଦିଏ ମୁଁ ଯେତେବେଳେ ,

ଲାଜ ଲାଜ ହୋଇ ମଥାକୁ

        ଘୂରାଇ ନିଅ ବଳେ ।


ଲୋକ ଭୟେ ତୁମେ ଯିବାକୁ

         ଯେବେ ହୋଇଛ ଟାଣି ,

ବଳତ୍କାରେ ଚୁମା ଦେଇଛି

         ତୁମ କଥା ନ ମାନି ।


ହେଲେବି ତ ମନେ ବିରଷ 

         ମନେ ନ ହୁଅ ତିଳେ ,

ଜାଣ କିବା ହୁଏ ଏଭଳି

         ମୁହିଁ ପ୍ରେମର ବଳେ ।


ପଢ଼ି ମୁଁ ଜାଣିଛି ମିଳନ

         ବିଚ୍ଛେଦର କାହାଣୀ ,

ଅନୁଭବୀ ହେଲେ ସେ କଥା

         ଭଲ ଭାବରେ ଜାଣି ।


କେବେ ଅବା ପୁନର୍ମିଳନ

         ହେବ ଆମର ଯାଇ ,

ସେତେଦିନ ମୁହିଁ କିପରି

         ଭାବେ ରହିବି ସହି ।


ମୋ ପାଖକୁ ଫେରିବା ଯାଏଁ

         ରଖି ଥିବିଟି ମନେ ,

ନୂତନ ଜୀବନ ପାଇବି

         ତୁମରି ଆଗମନେ ।


Rate this content
Log in

Similar oriya poem from Romance