Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Romance

4  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
292


କିସ ମୁଁ ଲେଖିବି ତୁମ

     ପାଶେ କନକାଙ୍ଗୀଗୋ ,

କାଳ ହେଉଅଛି କାମ 

     ଧୃତି ଦିଏ ଭାଙ୍ଗି ଗୋ ।


କଟୁଅଛି କଷ୍ଟେ ନିଶି

      ନାହିଁ କେମୋ ସଙ୍ଗୀ ଗୋ,

କୁମୁଦ ହାସିନୀ ତୁମେ

      ଥିଲ ମୋ ସୁସଙ୍ଗୀ ଗୋ ।


କରୁଥିଲ ସିନା କ୍ଷଣ 

       ଅଭିମାନ ଭଙ୍ଗି ଗୋ ,

କରଛଡା କେବେ କରି- 

       ନାହଁ ଭୂରୁଭଙ୍ଗି ଗୋ ।


କୋଳେ ବସାଇଲେ ହେଉ- 

       ଥିଲ ଚଙ୍ଗଚଙ୍ଗି ଗୋ ,

କରଧରି ଅନୁରୋଧେ 

       ଯାଉଥିଲ ମଙ୍ଗି ଗୋ ।


କୋମଳ ତନୁକୁ ତୁମ 

       କଲେ ନଗ୍ନ ଅଙ୍ଗି ଗୋ ,

କରଷଣ କରୁଥିଲ

       କରେ ମୋର ଲୁଙ୍ଗୀ ଗୋ।


କାର୍ପାସ ଶଯ୍ୟା ଜଘନ

        କିବା କରୁଣାଙ୍ଗୀ ଗୋ ,

କରିଲେ ଶୟନ ଦୁଃଖ 

        ବନ୍ଧ ଯାଏ ଭାଙ୍ଗି ଗୋ ।


କଜ୍ଜ୍ବଳ ନୟନ ଯୁଗ

        ସତେ କି କୁରଙ୍ଗୀ ଗୋ,

କି ଶୋଭା କାମ କଟାକ୍ଷ

         କରିଲେ ଭୃଭଙ୍ଗୀ ଗୋ।


କଳା କୁନ୍ତଳକୁ ତୁମ

         ପ୍ରାସାଧାନ ଭଙ୍ଗି ଗୋ ,

କେତକୀ ପୁଷ୍ପେ କୁବେଣୀ

         ମଣ୍ଡାଅ ଶୁଭ୍ରାଙ୍ଗୀ ଗୋ ।


କଳା କୁଶଳୀ କୌତୁକୀ

         ସ୍ତୀରି ମାତରଙ୍ଗୀ ଗୋ,

କୈଳାଶ କାମନା କାଳେ

        ନ ଦେବଟି ଭାଙ୍ଗି ଗୋ ।


Rate this content
Log in

Similar oriya poem from Romance