ପ୍ରେମର ପରିଭାଷା
ପ୍ରେମର ପରିଭାଷା
ସକାଳୁ ସକାଳୁ ଯେତେବେଳେ
ମୁଁ ଦୁଆର ଖୋଲେ
ଦଳ ଦଳ ହୋଇ ପାରାମାନେ
ଆସି ଗୁମୁରୁ ଥାଆନ୍ତି
ମୁଁ ସେମାନଙ୍କୁ ନିତି
ଖାଇବାକୁ ଦାନ ଦିଏ ଆଉ ପାଣି ବି l
ମୁଁ ଅଫିସ ଗଲେ
ମୋ ଫେରିବା ବାଟକୁ ବଡ଼
ଆଗ୍ରହରେ ଅପେକ୍ଷା କରିଥାଏ
ମୋ ଲିଜା... (ମୋ ପେଟି ଡଗ )
ମୋତେ ଦେଖି ଲାଞ୍ଜ ହଲାଇ ହଲାଇ
ମୋ ଉପରକୁ କୁଡି ପଡେ
କିଛି ସମୟ ଗେଲା ହୁଏ l
କିଛିଦିନ ତଳେ ସମାଚାର ପତ୍ରରେ ପଢ଼ୁଥିଲି
କୁକୁରଟିଏ ଚାରିଟି ବିଲେଇ ଛୁଆକୁ
ନିଜ କ୍ଷୀର ପିଆଇ ଯତ୍ନ ନେଉଛି
ଯୋଉ ଛୁଆମାନଙ୍କର ମାଆ ନାହିଁ l
ଯେବେ ଯେବେ ମୁଁ ମନ୍ଦିରକୁ ଯାଏ
ଭାବ ବିହ୍ଵଳ ହୋଇ ଜଣାଣ
ଗାଇଲା ବେଳେ
ଶ୍ରୀ ଜଗନ୍ନାଥଙ୍କ ମଥାରୁ
ଫୁଲଟିଏ ଝରିପଡ଼େ
ଆଉ ମୁଁ ହୁଏ ଅପାୟିତ l
ପ୍ରେମର ପରିଭାଷା ଅବ୍ୟକ୍ତ
ନିଃସର୍ତ୍ତ, ନିରୋଳା, ସବୁଠୁ ପବିତ୍ର
କେବଳ ଅନୁଭବି ପାର l
ବ୍ୟାପ୍ତ ତାର ସାରା ଆକାଶର
ପରିସୀମା ବି ନିଅଣ୍ଟ ପଡିବ
ଗଭୀର ତାର ସମୁଦ୍ରର ଗଭୀରତାଠୁଁ
ଅଧିକ ଗଭୀର l
