STORYMIRROR

Dharitri Das

Abstract Inspirational

4  

Dharitri Das

Abstract Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
202

ପ୍ରେମ ନାମେ ଯେଉଁ ଅଢେ଼ଇ ଅକ୍ଷର

ଭଲ ଭାବେ ତାକୁ କରିଲେ ବିଚାର

ବୁଝିଯିବ ତୁମେ ତାର ପରିଭାଷା

ତ୍ୟାଗରେ ପୁରିଥାଏ ଯାହାର ଆଶା।

ପ୍ରେମ ତ ଏକ ଐଶ୍ୱରୀୟ ଶବଦ

ସୃଷ୍ଟି କରେନାହିଁ ସିଏ ମତଭେଦ।

ଅନ୍ତରରୁ ଭଲ ପାଇବା ହିଁ ପ୍ରେମ

ବୁଝି ନ ପାରେ ଯେ ଅଟେ ନରାଧମ।

ମାତା ଭଲପାଏ ସନ୍ତାନକୁ ତାର

ପ୍ରେମ ଥାଏ ଭାଇ ଭଉଣୀ ମଧ୍ୟର।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବାଟା

ଚଳିବନି କେବେ ହୋଇଗଲେ ଖଟା।

ପ୍ରେମ ନୁହେଁ ଖାଲି ଭାବ ପ୍ରବଣତା

ସେତ ନିର୍ମଳ ହୃଦୟର ସରଳତା।

ଯଥାର୍ଥରେ ପ୍ରେମ ସ୍ନେହର ଭଣ୍ଡାର

ପ୍ରେମବିନା ସବୁ ସଂସାରେ ଅସାର।

ପ୍ରେମ ଅଟେ ଏକ ପବିତ୍ର ଝରଣା

ଝରିଯାଏ ସିଏ ହୋଇଣ କରୁଣା।

ଶାଶ୍ୱତ ପ୍ରେମରେ ନଥାଏ କଳୁଷ

ହିଂସା ଦ୍ୱେଷ ଅଭିମାନ ଅବିଶ୍ୱାସ।

ପ୍ରେମ ସାଗରରେ ନିଜକୁ ହଜାଇ

ହସି ହସାଇବା ସଭିଙ୍କୁ ମଜାଇ।

ମଣିଷ ପଶୁପକ୍ଷୀ ଓ ଗଛଳତା

ପ୍ରେମବିନା ନଥାଏ କାହାରି ସତ୍ତା।

ପ୍ରକୃତ ପ୍ରେମରେ ନଥାଏ ତ ଧୋକା

ମନେ ରଖିଥିବ ସର୍ବେ ଏକଥାଟି ପକ୍କା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract