STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ର)

ପ୍ରେମୋଦୟ ଚମ୍ପୂ (ର)

1 min
260

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )


(27)


ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ

ରାଗ – ସ୍ମରଠ - ଝୁଲା


ରାଜି ନକଲା ଆଜି ରମଣୀ ବର

ଏଣିକି ତୁମ୍ଭେ ତୁମ୍ଭ ଉପାୟ କର (ଘୋଷା)

ରୋଷ ତା ମନୁ ଯେବେ ପାରିବ ହରି

ଗମନ କର ଯହିଁ ଅଛି କିଶୋରୀ (1)

ରାଧାର ମନେ ଅଛି ଦୁର୍ଜୟ ମାନ

ପାରିଲେ ନାଶ, କହି ଚାଟୁ ବଚନ (2)

ରସିକା ଆମ୍ଭ ବାଣୀ ସତ ନ ଘେନେ

ଲଭିଛି ଯେଉଁ ତାପ ରଖିଛି ମନେ (3)

ରାମା ତୁମ୍ଭର ପୂର୍ଣ୍ଣଚନ୍ଦ୍ର ବଦନ

ଦେଖିଲେ ଅବା ମନୁ ତେଜିବ ମାନ (4)

ରାଣକୁ ମୋର ହେଲେ ପ୍ରାଣ ସଙ୍ଗାତ

ଭଣଇ  ଜଗ ଦ୍ଦେବ ନ କଲା ସତ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics