STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (ଫ)

ପ୍ରେମୋଦୟ ଚମ୍ପୂ (ଫ)

1 min
200



ସଖୀପ୍ରତି ଶ୍ରୀକୃଷ୍ଣ

ରାଗ – ନଟ - ଏକତାଳି


ଫୁଲଶରେ ନ ଯା, ମୋତେ ସୁକୁମାରୀ ମାରି ରେ (ଘୋଷା)

ଫେଡି କହୁଛି ମୁଁ ସତେ, ଘେନ ମୋ ବିନୟ ଚିତ୍ତେ

ବଚନେ ନ ପାରି ତୋତେ, ରହିଲି ମୁଁ ହାରି ରେ (1)

ଫିଟାଇ ସଜନୀ ମାନ - ଗ୍ରନ୍ଥିକି ରାମା ରତନ

ମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧରି ରେ (2)

ଫନ୍ଦା କରିଛି ମୁଁ ତୋତେ, ନାହିଁ ତୋ ବିନା ଜଗତେ

ମୋତେ କାମ ପାରାବାରୁ, କରିବାକୁ ପାରିରେ (3)

ଫୁଟାଇ ନଦେଇ ତମ, -ବାଣୀରେ ମୋର ମରମ

ଦେଖାଅ ସଖୀକି ବାରେ ଉପାୟ ବିଚାରି ରେ (4)

ଫରମାସ ଆଜି ବେଶେ, ଶ୍ରୀହରିଚନ୍ଦନ ଭାଷେ

ଶରଣ କେ ଅଛି ମୋର ବିନା ମୋ ତୋହରି ରେ (5)



Rate this content
Log in

Similar oriya poem from Classics