STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (9)

ପ୍ରେମୋଦୟ ଚମ୍ପୂ (9)

1 min
348

ପ୍ରେମୋଦୟ ଚମ୍ପୂ

କବି ସୂର୍ଯ୍ୟ ବଳଦେବ ରଥ

(ଚୌପଦୀ ପ୍ରେମୋଦୟ )


(9)


ରାଗ – କାମୋଦୀ - ଆଦିତାଳ


ଝୁରୁଥିବ ସେ କାମ ଅମଳ ବଶେ ଶ୍ୟାମ

ସୁମରି ତୋର ମୁଖ ଶଶୀକି ରେ (ଘୋଷା)

ଝମ ଝମ ବାଜିବା - ଭୂଷଣ ରାଜି ଜବା

ଅଧରା ସମରପ ସଖୀକି ରେ (1)

ଝସକେତନ ଶର - କରୁଥିବ ପ୍ରହାର

ମରମେ ନିକୁଞ୍ଜବିଳାସୀକି ରେ (2)

ଝରା ସଜାଡି ରଖି ଅଛି ରେ ପ୍ରିୟସଖି

ଗଭା ଉପରେ ଦେବି ଖୋସିକି ରେ(3)

ଝୀନ ବସନା କାନ୍ତ -ପାଶ ତେଜି ଏମନ୍ତ

ସମୟେ ଏକାନ୍ତରେ ବସିକି ରେ (4)

ଝଟତି ଆସ ଭାଷେ - ଜଗଦେବ ହରଷେ

ପ୍ରିୟାପାଶେ ପୁହାଅ ନିଶୀକି ରେ (5)



Rate this content
Log in

Similar oriya poem from Classics