STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପ୍ରେମ

ପ୍ରେମ

1 min
211

କବିତା(ପ୍ରେମ)

 ପ୍ରେମ ଏକ ଅସରନ୍ତି ଖୁସିର ଜୁଆର

   ପ୍ରେମ ଦେଇ ଚାଲିଯାଏ ଲୁହର ଧାର

ମଣିଷ କରେ ପ୍ରେମ ଖୁସି ପାଇବା ପାଇଁ 

   ସବୁ ଦୁଃଖ ଚିନ୍ତାକୁ ଦିଏ ସେତ ଦୁରେଇ  

ପ୍ରେମକେବେ କାହାର ମଥାର ସେ ସିନ୍ଦୁର,

  ପ୍ରେମ କାହା ପାଇଁ ସାଜେ କଳଙ୍କର ଗାର,

ପ୍ରେମ ହୋଇଆସିଥାଏ ମଳୟ ପବନ

  ଦୁଇ ପ୍ରିୟତମକୁ କରିବାକୁ ମିଳନ

ଜାତି ଧର୍ମ ବର୍ଣ୍ଣ ପ୍ରେମ ଦେଖେ କିଛି ନାହିଁ

ଆସୁ ଯେତେ ବାଧା ହୋଇଯାଏ ଆଡେଇ

ପ୍ରେମ ଏକ ଅସରନ୍ତି ଯାତ୍ରା ଜୀବନର

   ସାଥିକୁ ଛାଡି ଯାଏ ପ୍ରେମ ହୋଇ ନିଜର

ପ୍ରେମ ଯିଏ କରିଛି ସିଏ ଏକା ଜାଣିଛି 

   ନିନ୍ଦାଅପମାନକୁ ସହି ସହି ଚାଲିଛି

ମିଠା ମିଠା କଥା ଯେବେ ମନ ଚାହଁୁଥାଏ

   ପଦିଏ କଟୁ କଥା ଆଘତ ଦେଇ ଯାଏ 

ପ୍ରେମ ଏକ ଅସରନ୍ତି ସ୍ଵପ୍ନ ର ସାଗର

  ଝଡ଼ କେବେଆସି କରିଦିଏ ଛାର ଖାର 

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational