STORYMIRROR

TUKUNA SAHU

Romance

3  

TUKUNA SAHU

Romance

ପ୍ରେମ

ପ୍ରେମ

1 min
169

ଅନ୍ତରେ ଛଳନା ଆଖିର ପ୍ରେମକୁ 

ବୁଝିବା ନିହାତି କଷ୍ଟ 

ଜଟିଳ ଗଣିତ ପ୍ରେମ ପରିଭାଷା 

ଅନେକଙ୍କୁ କରେ ନଷ୍ଟ । 


ପରାଜିତ କେତେ ପ୍ରେମିକ ପ୍ରବର 

ଜୀବନେ ବିତୃଷ୍ଣା ହୋଇ

ଆଶ୍ରୟ ନିଅନ୍ତି ମୃତ୍ୟୁର କୋଳରେ 

ଅମର ହୋଇବା ପାଇଁ । 


ଜୀବନ ଚକ୍ରାନ୍ତ କରେ ସର୍ବସାନ୍ତ 

ବାଛିଲେ ପ୍ରେମର ପଥ 

ସଂସାର ଭିତରେ ନିର୍ବାସନ ଦଣ୍ଡ 

ଅବଶ୍ୟ ହୁଅଇ ପ୍ରାପ୍ତ । 


ମିଳେ ପ୍ରତାରଣା ଅସହ୍ୟ ଯନ୍ତ୍ରଣା 

ଲୁହ ହୁଏ ସହଚର 

ଅଗ୍ନିର ଶେଯରେ ଶୋଇବାକୁ ହୁଏ 

ଏ ପ୍ରେମ ଭାରି ନିଷ୍ଠୁର । 



Rate this content
Log in

Similar oriya poem from Romance