STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ପ୍ରେମ

ପ୍ରେମ

1 min
131

ତୁମେ ଆସିଥିଲ ଜୀବନରେ ମୋର

ଫଗୁଣର ଆଗମନ ସହିତ ପ୍ରେମର ରଙ୍ଗ ନେଇ

ସାରା ଜୀବନକୁ ସାଥୀ ହେବ ବୋଲି

ପ୍ରତିଶ୍ରୁତିର ମୋହରେ ବନ୍ଧନ କରି।


ଦିନ ମାସ ବର୍ଷ ବିତିବା ଆଗରୁ

ଶ୍ରାବଣର ପହିଲି ଛୁଆଁରେ

ଛାଡ଼ି ଚାଲିଗଲ ହୃଦୟ ସୀମାରେଖା ଡେଇଁ

କଥା ପାଶୋରିଲ କଥା ଦେଇ।


ହୃଦୟ ସିନା କାଚ ଆଇନା ଭାବି

ଚୁନା ଚୁନା କରି ଭାଙ୍ଗି ଗଲା

ତୁମ ସ୍ମୃତି କିନ୍ତୁ ଉଜ୍ଜୀବିତ ଆଜି ବି

ତୁମରି ବାର୍ତ୍ତାର ପ୍ରତିଟି ଶବ୍ଦରେ।


ଚିଠିର ସ୍ଥାନରେ ଭ୍ରାମ୍ୟଭାଷ ବାର୍ତ୍ତା

ହାତ ପାହାନ୍ତାରେ ମିଳେ ଆଜି ସବୁ ସୁଖ

ଭଙ୍ଗା ହୃଦୟରେ ସ୍ମୃତି ମୁଁ ସାଉଁଟେ

ତୁମ ଅପେକ୍ଷାରେ ଜୀବନ କଟିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy