STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ପ୍ରେମ

ପ୍ରେମ

1 min
232


ଭଲ ପାଇବାର ଭିତ୍ତିଭୂମି ହେଲା-ତ୍ୟାଗ କରିବାର ବଳ,

ଭଲ ପାଇବାର ଚାରିସ୍ତମ୍ଭ ମଧ୍ୟେ ବିଶ୍ୱାସ ହେଉଛି ମୂଳ ।


ଭଲ ପାଇବାର ଦ୍ଵିତୀୟ ସ୍ତମ୍ଭଟି ଥିବ ନିଷ୍କପଟ ଭାବ,

ଭଲ ପାଇବାର ତୃତୀୟ ସ୍ତମ୍ଭଟି ଆତ୍ମ-ବିଶ୍ୱାସ ହୋଇବ ।


ଭଲ ପାଇବାର ଚତୁର୍ଥ ସ୍ତମ୍ଭଟି ପାଇବାର କିଛି ନାହିଁ,

ଯେତିକି ପାରିବି ଦେଉଥିବି ସିନା କିଛି ନେବିନାହିଁ ମୁହିଁ ।


ଦୁଃଖ ବିପଦରେ ଠିଆ ହେଉଥିବି ନରଖି ମନରେ ଭୟ,

ଆତ୍ମ-ବିଶ୍ଵାସକୁ ବଢ଼ାଇ ଅନ୍ୟର ହୃଦୟ କରିବି ଜୟ ।


ସବୁ ସତକଥା ଖୋଲି କହୁଥିବି ନଥିବ ମନରେ ଡର,

କିଛି ତୃଟିଥିଲେ ସଂଶୋଧନ କରିନେବି ମନକରି ସ୍ଥିର ।


କ୍ରୋଧ-ରାଗବଶେ ସାମାନ୍ୟ କଥାରେ କହିବାନି କଟୁକଥା,

ସେହି କଟୁକଥା ସବୁଦିନ ପାଇଁ ଦେଉଥିବ ଖାଲି ବ୍ୟଥା ।


କପଟପଣରେ ପାଇବା ଲୋଭରେ କଲେ ପ୍ରେମ ଅଭିନୟ,

ପ୍ରେମିକ ପ୍ରେମିକା ମିଥ୍ୟାଚାରୀ ଦୁହେଁ ନିଆଁକୁ ଡେଇଁବା ଥୟ ।



Rate this content
Log in

Similar oriya poem from Classics