STORYMIRROR

Sanuja Meghamala

Romance

3  

Sanuja Meghamala

Romance

ପ୍ରେମ

ପ୍ରେମ

1 min
232


ପ୍ରେମ ର କିଛି ନିର୍ଦ୍ଧିଷ୍ଟ ରୂପ ଅଛି 

ନା  ରଙ୍ଗ ଅଛି ଯେ

ତାକୁ ଯେମିତି ରୂପ ଆଉ ରଙ୍ଗ ଦେବ

ସେ ଆଖି କୁ ଠିକ୍ ସେମିତି ଦେଖାଯିବ

ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ 

ଅନୁଭବ ..ନିଆରା ଅନୁଭୂତି

 ଜାଣି ଜାଣି  ବୁଝି ବିଚାର କରି 

ଭଲ ମନ୍ଦ ଭୁଲ୍ ଠିକ୍ ଭାବି

କିଏ କରୁଥିବ ଅବା ପ୍ରେମ

କେଜାଣି କିନ୍ତୁ

ମୁଁ  ବୁଝେ ପ୍ରେମ କୁ 

ବିଶ୍ୱାସ ରେ ଗଢା ସମ୍ପର୍କ ଟେ

ସମୟ ପରି ଚଳ ଚଞ୍ଚଳ

ଦଲକାଏ ପବନ ପରି

ଆସେ ପୁଣି ଯାଏ

ହଉ ହଉ ହେଇଯାଏ 

ସେଠି ଜିଜ୍ଞାସା ନ ଥାଏ

ନ ଥାଏ ବି ଉତ୍ତର ର ଅପେକ୍ଷା...

 ପ୍ରାପ୍ତି ଅପ୍ରାପ୍ତି  ନ ଥାଏ ।


ଦେବା ନେବା ସମ୍ପର୍କ ର 

ମାନେ ପ୍ରେମ ନୁହେଁ

ପ୍ରେମ ବନ୍ଧନ ନୁହେଁ

ନୁହେଁ ବି ବିରହ ବିଚ୍ଛେଦ

ପ୍ରେମ ତ ସଜ ଫୁଟା ଫୁଲ ପରି

କୋମଳ ନରମ 

ଶିଶିର ପରି ଝର ଝର

ଝିପି ଝିପି ମେଘ ପରି ଛଳ ଛଳ

ଲଫାପା ଭିତରେ ସାଇତା ଚିଠି ଟେ ପରି

ଏଇ ମାତ୍ର ଖୋଲିଦେବା ର ଅପେକ୍ଷା....।

ଆଖି ପିଛୁଳାକେ

ସାଉଁଟି ଆଣେ ଭିଜା ଭିଜା ସ୍ଵପ୍ନ କେତେ

ହଜେଇ ଦିଏ ତା ସୁଗନ୍ଧ ରେ

ଭିଜେଇ ଦିଏ ତା ସ୍ମୃତି ରେ 

ବାନ୍ଧି ରଖେ ଆତ୍ମୀୟତା ରେ

ଆଖି ଖୋଲିଲେ  

ଯେମିତି ଦେଖା ଯାଏ

ବନ୍ଦ ଆଖିରେ ବି  ଠିକ୍ 

ସେମିତି ଅନୁଭବ କରିହୁଏ

ପ୍ରଭେଦ ନଥାଏ...

ପ୍ରେମ ତ ଅଦେଖା ଶକ୍ତି ଟିକିଏ

ଜୀବନ ର ଆବଡ଼ା ଖାବଡ଼ା

ରାସ୍ତା କୁ ସହଜ ରେ ଅତିକ୍ରମ 

କରିଯିବା ପାଇଁ ବିନା ଦ୍ବିଧାରେ..,।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance